ରାଜସ୍ଥାନର ଫଲୋଦିରେ ଟ୍ରଲର ଟେମ୍ପୋକୁ ମାରିଲା ଧକ୍କା, ମଧ୍ୟପ୍ରଦେଶର ଚାରିଜଣଙ୍କ ମୃତ୍ୟୁ, ୧୨ ଆହତ
ଫଲୋଦି/ଭୋପାଳ, ୦୧ ନଭେମ୍ବର(ହି.ସ.) – ରାଜସ୍ଥାନର ଫଲୋଦି-ବିକାନେର ନ୍ୟାସନାଲ୍ ହାଇୱେ-୧୧ରେ ଶୁକ୍ରବାର ମଧ୍ୟରାତ୍ରୀରେ ସଡ଼କ କଡ଼ରେ ଠିଆ ହୋଇଥିବା ଟେମ୍ପୋକୁ ଏକ ତୀବ୍ର ଗତିରେ ଆସୁଥିବା ଟ୍ରଲର ପଛରୁ ଧକ୍କା ମାରିଦେଇଥିଲା। ଏହି ଦୁର୍ଘଟଣାରେ ଟେମ୍ପୋରେ ସବାର ଥିବା ମଧ୍ୟପ୍ରଦେଶର ଚାରିଜଣଙ୍କ ମୃତ୍ୟୁ ହୋ
ରାଜସ୍ଥାନର ଫଲୋଦିରେ ଟ୍ରଲର ଟେମ୍ପୋକୁ ମାରିଲା ଧକ୍କା, ମଧ୍ୟପ୍ରଦେଶର ଚାରିଜଣଙ୍କ ମୃତ୍ୟୁ, ୧୨ ଆହତ


ଫଲୋଦି/ଭୋପାଳ, ୦୧ ନଭେମ୍ବର(ହି.ସ.) – ରାଜସ୍ଥାନର ଫଲୋଦି-ବିକାନେର ନ୍ୟାସନାଲ୍ ହାଇୱେ-୧୧ରେ ଶୁକ୍ରବାର ମଧ୍ୟରାତ୍ରୀରେ ସଡ଼କ କଡ଼ରେ ଠିଆ ହୋଇଥିବା ଟେମ୍ପୋକୁ ଏକ ତୀବ୍ର ଗତିରେ ଆସୁଥିବା ଟ୍ରଲର ପଛରୁ ଧକ୍କା ମାରିଦେଇଥିଲା। ଏହି ଦୁର୍ଘଟଣାରେ ଟେମ୍ପୋରେ ସବାର ଥିବା ମଧ୍ୟପ୍ରଦେଶର ଚାରିଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ଜଣଙ୍କ ଆହତ ହୋଇଛନ୍ତି, ଯେଉଁମାନଙ୍କୁ ନିକଟତମ ହସ୍ପିଟାଲରେ ଭର୍ତି କରାଯାଇଛି। ଡ୍ରାଇଭରକୁ ଛାଡ଼ି ସମସ୍ତ ମୃତକ ଏବଂ ଆହତ ମଧ୍ୟପ୍ରଦେଶର ରତଲାମର ବାସିନ୍ଦା।

ଫଲୋଦୀର ଥାନା ପ୍ରଭାରୀ ଭଂବରାରାମ କହିଛନ୍ତି ଯେ ସମସ୍ତ ଉପସ୍ଥିତ ମଧ୍ୟପ୍ରଦେଶର ରତଲାମ ଜିଲ୍ଲାର ଆଲମପୁର ଠିକରିୟା ଗାଆଁର ଏବଂ ଫସଲ କଟା ପାଇଁ ଫଲୋଦିର ବାପ ତହସିଲ ସ୍ଥିତ ଗ୍ରାମ ସହାରନପୁରା ଯାଉଥିଲେ। ଶୁକ୍ରବାର ମଧ୍ୟରାତ୍ରୀ ଫଲୋଦୀର ମଲାର ରୋଡ଼ରେ ଭାଦୁ ରେଷ୍ଟୋରେଂଟ ଆଗରେ ବିକାନେର ପଟୁ ଯାଉଥିବା ଟ୍ରଲ ଟେମ୍ପୋକୁ ଧକ୍କା ମାରିଦେଇଥିଲା। ଘଟଣା ପରେ ଆଖପାଖ ଲୋକଙ୍କ ଭିଡ଼ ଲାଗିଯାଇଥିଲା। ସୂଚନା ମିଳିବା ପରେ ୧୦୮ ଆମ୍ବୁଲାନ୍ସର କୋଅର୍ଡିନେଟର ଭଂବରଲାଲ କୁମାବତ ଦୁଇ ଆମ୍ବୁଲାନ୍ସ ସହିତ ଘଟଣାସ୍ଥଳରେ ପହଂଚିଥିଲେ। ସମସ୍ତ ଆହତଙ୍କୁ ଫଲୋଦି ଜିଲ୍ଲା ହସ୍ପିଟାଲ ପହଂଚାଯାଇଥିଲା। ଏଠାରୁ ସେମାନଙ୍କୁ ଯୋଧପୁର ରେଫର କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande