ତୁଷୁରା କ୍ଲଷ୍ଟର ସ୍ତରୀୟ ପଞ୍ଚମ ମାସିକ ବୈଠକ
ବଲାଙ୍ଗିର, ୧ ନଭେମ୍ବର (ହି.ସ.)- ତୁଷୁରା କ୍ଲଷ୍ଟର ସ୍ତରୀୟ ପଞ୍ଚମ ମାସିକ ବୈଠକ ସ୍ଥାନୀୟ ବାଳିକା ନୋଡାଲ ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସିଆର୍‌ସିସି ଜଗମୋହନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଭେମ୍ବର ମାସର ଏଜେଣ୍ଡା ଉ
*ତୁଷୁରା କ୍ଲଷ୍ଟର ସ୍ତରୀୟ ପଞ୍ଚମ ମାସିକ ବୈଠକ ତୁଷୁରା ବାଳିକ ହାଇସ୍କୁଲ ଠାରେ ଅନୁଷ୍ଠିତ*


ବଲାଙ୍ଗିର, ୧ ନଭେମ୍ବର (ହି.ସ.)- ତୁଷୁରା କ୍ଲଷ୍ଟର ସ୍ତରୀୟ ପଞ୍ଚମ ମାସିକ ବୈଠକ ସ୍ଥାନୀୟ ବାଳିକା ନୋଡାଲ ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସିଆର୍‌ସିସି ଜଗମୋହନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଭେମ୍ବର ମାସର ଏଜେଣ୍ଡା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ସଭା ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଏଥିରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକ, ଦୁତିଆ ସେଠ, ମନ୍ମଥ ରାଜହଂସ, ମୋହନ ଭୋଇ, ଚନ୍ଦ୍ରଧ୍ବଜ ମେହେର ପ୍ରମୁଖ ଯୋଗ ଦେଇଥିବାବେଳେ ଏଫ୍‌ଏଲ୍‌ଏନ୍ ଶିକ୍ଷକ ପୂରନ୍ ମେହେର, ପ୍ରଭାତ କିଶୋର ରାଏ, ସ୍ନେହାଶିଷ ତ୍ରିପାଠୀ ଓ ଶିକ୍ଷୟିତ୍ରୀ ମିଲି ପୁରୋହିତ, ଆକାଂକ୍ଷା ରାଣୀ ଯୋଷୀ, ତପସ୍ଵିନୀ ରଣା ପ୍ରମୁଖ ଆଲୋଚନାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande