ବଳାତ୍କାର ଅଭିଯୋଗରେ ଯୁବକ କୋର୍ଟ ଚାଲାଣ
କୋରେଇ, ୦୧ ନଭେମ୍ବର (ହି.ସ.) - ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ବିବାହ ପାଇଁ ମନା କରିବା ଅଭିଯୋଗରେ ଅଭିଯୁକ୍ତ ଯୁବକକୁ ଗିର‘ କରି କୋର୍ଟ ଚାଲାଣ କରିଛି ପାଣିକୋଇଲି ପୁଲିସ। ପ୍ରକାଶଯେ ଯାଜପୁର ସଦର ଥାନା ଅନ୍ତର୍ଗତ ନାଥସାହି ଗ୍ରାମର ଜୈନେକା ଯୁବତୀ(୨୬) ପାଣିକୋଇଲିସ୍ଥିତ ଏକ
ବଳାତ୍କାର ଅଭିଯୋଗରେ ଯୁବକ କୋର୍ଟ ଚାଲାଣ


କୋରେଇ, ୦୧ ନଭେମ୍ବର (ହି.ସ.) - ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ବିବାହ ପାଇଁ ମନା କରିବା ଅଭିଯୋଗରେ ଅଭିଯୁକ୍ତ ଯୁବକକୁ ଗିର‘ କରି କୋର୍ଟ ଚାଲାଣ କରିଛି ପାଣିକୋଇଲି ପୁଲିସ। ପ୍ରକାଶଯେ ଯାଜପୁର ସଦର ଥାନା ଅନ୍ତର୍ଗତ ନାଥସାହି ଗ୍ରାମର ଜୈନେକା ଯୁବତୀ(୨୬) ପାଣିକୋଇଲିସ୍ଥିତ ଏକ ଗାଡ଼ି ସୋରୁମରେ କାର୍ଯ୍ୟ କରିବା ସହିତ ସ୍ଥାନୀୟ ଅଂଚଳରେ ଘର ଭଡ଼ା ନେଇ ରହୁଥିଲେ। ତେବେ ଉକ୍ତ ସୋରୁମରେ କୁଆଖିଆ ଥାନା ଅନ୍ତର୍ଗତ ସିଂହାପୁର ଗ୍ରାମର ଅଭିରାମ ଦାସଙ୍କ ପୁଅ ଅବିନାଶ(୨୭) ମଧ୍ୟ କାର୍ଯ୍ୟ କରୁଥିଲେ। ଇତ୍ୟବସରରେ ଅବିନାଶ ଅଭିଯୋଗକାରିଣୀ ମଧ୍ୟରେ ପ୍ରେମ ସମ୍ପର୍କ ହୋଇଥିଲା। ଅବିନାଶ ଉକ୍ତ ଯୁବତୀଙ୍କୁ ପୁରୀ, ଭୁବନେଶ୍ୱର, ଯାଜପୁର ରୋଡ଼ ଆଦି ସ୍ଥାନକୁ ନେଇ ବିବାହର ପ୍ରତିଶୃତି ଦେଇ ଶାରରୀକ ସମ୍ପର୍କ ରଖିଥିଲା। ତେବେ ଯୁବତୀ ଜଣକ ଗର୍ଭବତୀ ହେବା ପରେ ବିବାହ ପାଇଁ ଜିଦ ଧରିବାରୁ ଅବିନାଶ ବିବାହ ପାଇଁ ପ୍ରତ୍ୟାଖାନ କରିବା ସହିତ ଯଦି ବିବାହ ପାଇଁ ଜିଦ ଧରିବ ତେବେ ତାର ମୋବାଇଲରେ ରଖିଥିବା ଅନ୍ତରଙ୍ଗ ମୁହୁର୍ତର ଫଟୋ ଗୁଡ଼ିକୁ ଭାଇରାଲ କରିଦେବ ବୋଲି ଧକମ ଦେଇଥିଲା। ଏ ନେଇ ଯୁବତୀ ଜଣକ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ। ପରେ ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ େ‘ରିବା ପରେ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ୩୫୨/୨୫ ଋଜୁ କରି ଅଭିଯୁକ୍ତ ଅବିନାଶକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ସବଇନିସପେକ୍‌ଟର ପ୍ରଶାନ୍ତ କୁମାର ଦାସ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande