
କେନ୍ଦ୍ରାପଡ଼ା, ୦୧ ନଭେମ୍ବର(ହି.ସ.) – କେନ୍ଦ୍ରାପଡା ବ୍ଲକ ଜମଧର ପଂଚାୟତ ୧୩ନଂ ୱାର୍ଡର ଏକ ରାସ୍ତା କାମକୁ ସ୍ଥାନୀୟ ଅଂଚଳର କେତେକ ବ୍ୟକ୍ତି ବିରୋଧ କରୁ ଥିବାରୁ ଗ୍ରାମାବସୀ ମାନେ ଜିଲ୍ଲାପାଳଙ୍କୁ ଭେଟି ରାସ୍ତା କାମ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ପଂଚାୟତର ୧୩ନଂ ୱାର୍ଡର କେନାଲ ରସ୍ତାରୁ କଟକ-ଚାନ୍ଦବାଲି ରାସ୍ତାକୁ ସଂଯୋଗ କରୁଥିବା ଏହି ରାସ୍ତାରେ ୪/୫ ଟି ୱାର୍ଡର ଜନ ସାଧାରଣ ଦୈନିକ ଯାତାୟତ କରୁଛନ୍ତି । ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ରାସ୍ତା ଢଳାଇ କରିବାକୁ ମଞ୍ଜୁର ହୋଇଛି । ସ୍ଥାନୀୟ ସରପଂଚଙ୍କ ସମେତ କେତେକ ଖଳ ପ୍ରକୃତିର ବ୍ୟକ୍ତି ରାସ୍ତା ନିର୍ମାଣକୁ ବିରୋଧ କରୁଥିବାରୁ ଶତାଧିକ ଗ୍ରାମବାସୀ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲିକ ଓ ବିଡିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରି ତୁରନ୍ତ ଏହି ରାସ୍ତା ନିର୍ମାଣ ପାଇଁ ଗ୍ରାମର ସଚ୍ଚିଦାନନ୍ଦ ସେଠୀ, ବାସୁଦେବ ପତି, ରମେଶ ଚନ୍ଦ୍ର ବାରିକ, କୈଳାସ ବାରିକ, ଅକ୍ଷୟ କୁମାର ବାରିକ, ଅଞ୍ଜନ କୁମାର ପଲାଇ ପ୍ରମୁଖ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି