ଅଁଳା ନବମୀ ଅବସରରେ ସୂଚନା କେନ୍ଦ୍ର
ପୁରୀ, ୧ ନଭେମ୍ବର (ହି.ସ.)- ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସାକ୍ଷୀ ଗୋପାଳ ମନ୍ଦିରରେ ଗତକାଲି ଅଁଳା ନବମୀ ପାଳିତ ହୋଇଥିଲା। ବର୍ଷକରେ ଗୋଟିଏ ଦିନ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ ସୁଯୋଗ ଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଏହାର ସୁବିଧା ନେଇଥିଲେ। ଯାତ୍ରା ଓ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଜିଲା ପ୍ରଶ
ଅଁଳା ନବମୀ ଅବସରରେ ସୂଚନା କେନ୍ଦ୍ର।


ପୁରୀ, ୧ ନଭେମ୍ବର (ହି.ସ.)- ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସାକ୍ଷୀ ଗୋପାଳ ମନ୍ଦିରରେ ଗତକାଲି ଅଁଳା ନବମୀ ପାଳିତ ହୋଇଥିଲା। ବର୍ଷକରେ ଗୋଟିଏ ଦିନ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ ସୁଯୋଗ ଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଏହାର ସୁବିଧା ନେଇଥିଲେ। ଯାତ୍ରା ଓ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିଲେ।

ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସୂଚନା କେନ୍ଦ୍ର ତଥା ହଜିବା ଖୋଜିବା କେନ୍ଦ୍ର ର ବ୍ୟବସ୍ଥା କରାଯାଇଥିଲା। ଯାହାଦ୍ଵାରା ଗହଳିରେ ହଜୁଥିବା ଲୋକ ମାନଙ୍କୁ ସେମାନଙ୍କ ପରିବାର ସହ ମିଳିବାର ସୁବିଧା କରାଯାଇଥିଲା। ଲୋକ ମାନଙ୍କୁ ବିଭିନ୍ନ ସତର୍କତା ମୂଳକ ଓ ସଚେତନତା ସୂଚନା ପ୍ରଦାନ କରାଯାଇଥିଲା। ଅଁଳା ନବମୀ ଓ ରାଧା ପାଦ ଦର୍ଶନର ମହିମା, ତାତ୍ପର୍ଯ୍ୟ ସମ୍ପର୍କରେ ପ୍ରବଚନ ପ୍ରଦାନ କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ ଓ ଭଜନ ପୁସ୍ତକର ବିକ୍ରୟ କରାଯାଇଥିଲା। ତତ ସହିତ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଏକ ଫଟୋ ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande