

ଗଞାମ, ୧ ନଭେମ୍ବର (ହି.ସ.)- ପବିତ୍ର କାର୍ତିକ ମାସ ଅବସରରେ ନନ୍ଦିଗ୍ରାମ ଗୋଶାଳାରେ ଗୋପୂଜନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଜିଲା ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି, ଅବସରପ୍ରାପ୍ତ ସେନାଶିକ୍ଷକ ସୁଧୀର ପଟ୍ଟନାୟକ,
ଓସଲର ୱାଇ ରାଜୁ ରାଓ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ମାନଙ୍କୁ ଗୋଶାଳାର ପରିଚାଳକ ବାଗେଡିଆ ସ୍ୱାଗତ ସଂବର୍ଦ୍ଧନା ଜ୍ଞାପନ ପରେ ଗୋପୂଜନ ଉତ୍ସବ ଆରତୀ ନାମଯଜ୍ଞ କରାଯାଇଥିଲା। ପ୍ରାୟ ୫୫୦ ଗାଈଗୋରୁଙ୍କୁ ସ୍ୱାଦିଷ୍ଟ ଭୂରୀ ଭୋଜନ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ନରନାରୀ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ