ମୁହଁରେ ସ୍ପ୍ରେ ମାରି ଯୁବତୀଙ୍କୁ ଉଠାଇନେଇ ଗଣଦୁଷ୍କର୍ମ ଅଭିଯୋଗ
ସୁବର୍ଣ୍ଣପୁର, ୧ ନଭେମ୍ବର (ହି.ସ.)- ମୁହଁରେ ସ୍ପ୍ରେ ମାରି ଯୁବତୀଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଯୁବତୀ ଜଣକ ଅଫିସ କାମ ସାରି ଫେରୁଥିବା ବେଳେ କେତେକ ଅଜଣା ଦୁର୍ବୃତ ତାଙ୍କୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା
ମୁହଁରେ ସ୍ପ୍ରେ ମାରି ଯୁବତୀଙ୍କୁ ଉଠାଇନେଇ ଗଣଦୁଷ୍କର୍ମ ଅଭିଯୋଗ


ସୁବର୍ଣ୍ଣପୁର, ୧ ନଭେମ୍ବର (ହି.ସ.)- ମୁହଁରେ ସ୍ପ୍ରେ ମାରି ଯୁବତୀଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଯୁବତୀ ଜଣକ ଅଫିସ କାମ ସାରି ଫେରୁଥିବା ବେଳେ କେତେକ ଅଜଣା ଦୁର୍ବୃତ ତାଙ୍କୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଂଚଳରୁ ଆସିଛି ଏଭଳି ଏକ ସାଂଘାତିକ ଅଭିଯୋଗ ।

ଯୁବତୀ ଜଣକ ଗତକାଲି ନିଜ ଅଫିସ୍ କାମ ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ବାଟରେ ୩ ଜଣ ମୁଖାପିନ୍ଧା ଦୁର୍ବୃତ ପ୍ରଥମେ ତାଙ୍କୁ ଅସଦାଚରଣ କରିଥିଲେ । ପରେ ମୁହଁରେ ସ୍ପ୍ରେ ମାରି ଅଚେତ୍ ଅବସ୍ଥାରେ ତାଙ୍କୁ ହିକୁଡ଼ି ଆଇଟିଆଇ ପଛ ପାଶ୍ୱର୍କୁ ଉଠାଇ ନେଇଥିଲେ ଏବଂ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ଜଣକ ଚେତାଶୂନ୍ୟ ଅବସ୍ଥାରେ ବହୁ ସମୟ ଧରି ସେଠାରେ ପଡ଼ି ରହିଥିଲେ । ଚେତା ଆସିବା ପରେ ସେ ଘରକୁ ଫେରି ପରିବାର ଲୋକଙ୍କୁ ସବୁକଥା କହିଥିଲେ । ଏନେଇ ଯୁବତୀଙ୍କ ପକ୍ଷରୁ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ଏବଂ ଏନେଇ ତଦନ୍ତ ଜାରି ରହିଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ଚନ୍ଦ୍ର ନାଏକ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande