
ଭୁବନେଶ୍ୱର, ୦୧ ନଭେମ୍ବର (ହି.ସ)- ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ସଂପର୍କିତ ୬ଷ୍ଠ ପରିଚାଳନା କମିଟି ବୈଠକ ଗତକାଲି ଶୁକ୍ରବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ତରଫରୁ ଆହୂତ ଏହି ବୈଠକରେ ରାଜ୍ୟ ସ୍ତରରେ ଏବଂ ଜିଲ୍ଲାସ୍ତରରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପର ତଦାରଖ ବ୍ୟବସ୍ଥାକୁ ଅଧିକ ପ୍ରଭାବୀ କରିବାକୁ ମୁଖ୍ୟ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଛନ୍ତି । ଲାକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, କୃଷି ଓ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ କମିଟିର ସଦସ୍ୟ ଥିବା ଗୃହ ଓ ନଗର ଉନ୍ନୟନ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ଶିଳ୍ପ, ଜଳ ସଂପଦ ବିଭାଗ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ଅନ୍ୟ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବୈଠକରରେ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ(ଏନସିଏପି)ର ଅଗ୍ରଗତି ସଂପର୍କରେ ଆଲୋଚନା ସହ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ(ଏସସିଏପି)ର ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ଏନସିଏପି ଅଧୀନରେ ବାୟୁ ଗୁଣବତ୍ତାରେ ପିଏମ୧୦ ଓ ପିଏମ୨.୫ର ମାତ୍ରାକୁ ନିରନ୍ତରତା ଭିତ୍ତିରେ କମାଯିବା ଉପରେ ଗୁରୁତ୍ୱ ଦିଆଯାଉଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ରାଜ୍ୟରେ ଏନସିଏପି କାର୍ଯ୍ୟକ୍ରମ ଅଗ୍ରଗତି ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା ଏଥି ସହିତ ରାଜ୍ୟର ଯେଉଁସବୁ ସହରଗୁଡ଼ିକ (ଏସସିଏପି)ରେ ଅନ୍ତର୍ଭୁକ୍ତ ହୋଇନାହାଁନ୍ତି, ସେଭଳି ପ୍ରଦୂଷଣ ମାତ୍ରା ଅଧିକ ରହୁଥିବା ଅନ୍ୟ ୧୨ଟି ସହରକୁ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ
(ଏସସିଏପି) ରେ ଅନ୍ତର୍ଭୁକ୍ତ କରାଯାଇଛି ।
୨୦୨୫ ରୁ ୨୦୩୦ ମସିହା ସୁଦ୍ଧା ଏସ୍ସିଏପି କାର୍ଯ୍ୟକାରୀ ହେବା ନିମନ୍ତେ ୨୦୨୫-୨୬ ରୁ ପ୍ରତିବର୍ଷ ପର୍ଯ୍ୟାୟକ୍ରମେ ଏ ସମସ୍ତ ସହରଗୁଡ଼ିକ ପାଇଁ ମୋଟ ୧୫୦ କୋଟି ଟଙ୍କା ବ୍ୟୟର ଆବଶ୍ୟକତା ଓ ସଂପର୍କରେ ଆର୍ôଥକ ମଂଜୁରୀ ନିମନ୍ତେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।
ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଉଭୟ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଏବଂ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମକୁ ଅଧିକ ତଥ୍ୟ ଭିତ୍ତିକ ଏବଂ ଉପଯୁକ୍ତ ଭାବେ ପରିଚାଳନା କରିବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ଓ ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମ ତଦାରଖ ବ୍ୟବସ୍ଥାକୁ ଅଧିକ ପ୍ରଭାବୀ କରୁବାକୁ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକୁ ସଂପୃକ୍ତ ବିଭାଗମାନଙ୍କ ସହିତ ଆଲୋଚନା ସହିତ ସଂସ୍ଥାଗତ ପରିଚାଳନାକୁ ସୁବ୍ୟବସ୍ଥିତ କରବା ଏବଂ ଜିଲ୍ଲାସ୍ତରରେ ଜିଲ୍ଲାପାଳମାନଙ୍କ ସହିତ ସମନ୍ୱୟ କରି କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦୋଇଛନ୍ତି ।
ଜନ ସଂଖ୍ୟାର ବୃଦ୍ଧି ଓ ଶିଳ୍ପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିକାଶ ହେଲେ ମଧ୍ୟ ଯେପରି ବାୟୁର ଗୁଣବତ୍ତା ମାନରେ ହ୍ରାସ ପାଇବ ନାହିଁ , ତାହାକୁ ଦୃଷ୍ଟିରେ ରଖି କାର୍ଯ୍ୟ ଯୋଜନା ପ୍ରସ୍ତୁତି ଓ ନିୟମିତ ତଦାରଖ ପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ଅନ୍ୟ ପକ୍ଷରେ ବିଭିନ୍ନ ସହରାଂଚଳ ଏବଂ ପାରିପାର୍ଶ୍ୱିକ ସବୁଜିମା ସୃଷ୍ଟି ଓ ବ୍ୟାପକ ବୃକ୍ଷରୋପଣ ଉପରେ ସେ ମଧ୍ୟ ଗୁରୁତ୍ୱ ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା