
ନୂଆଦିଲ୍ଲୀ, 1 ନଭେମ୍ବର (ହି.ସ.)- କେନ୍ଦ୍ରୀୟ ସଂଖ୍ୟାନ ଓ କାର୍ଯ୍ୟକ୍ରମ
କାର୍ଯ୍ୟାନ୍ବୟନ ମନ୍ତ୍ରଣାଳୟ ଭାରତୀୟ କର୍ପୋରେଟ୍ କାର୍ଯ୍ୟ ସଂସ୍ଥାନସହିତ ମିଶି, ଜାତୀୟ,
ରାଜ୍ୟ, ଇଏସଜିଓ ସିଏସଆରସୂଚକମାନଙ୍କୁ ଯୋଡ଼ିଥିବା ଏକ ସମଗ୍ର ସତତ ଉନ୍ନୟନ ଲକ୍ଷ୍ୟ (ଏସଡିଜି)
ଢାଞ୍ଚା ତିଆରି ପାଇଁ ଏକ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛି।
କର୍ପୋରେଟ୍ କାର୍ଯ୍ୟ ମନ୍ତ୍ରଣାଳୟ ଅନୁସାରେ,
ଏହି ବୁଝାମଣା ଦେଶ, ରାଜ୍ୟ ଓ ଶିଳ୍ପ
ଖେତ୍ର ମଧ୍ୟରେ ସମନ୍ୱୟକୁ ସୁଦୃଢ କରିବ, ଯାହା ଫଳରେ
କମ୍ପାନୀମାନଙ୍କର ସାମାଜିକ ଓ ପରିବେଶୀୟ ପ୍ରୟାସଗୁଡିକ ରାଜ୍ୟମାନଙ୍କ ଉନ୍ନୟନ ଲକ୍ଷ୍ୟସହ ସମନ୍ୱିତ ହେବ। ଏହି
ପ୍ରୟାସଟି ବିକଶିତ ଭାରତ ଲକ୍ଷ୍ୟକୁ ସାର୍ଥକ କରିବା
ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଜାତୀୟ ସୂଚକ ଢଞ୍ଚା,
ଯାହା ଭାରତରେ ସତତ ଉନ୍ନୟନ ଲକ୍ଷ୍ୟମାନଙ୍କର ପ୍ରଗତି ମାପିବାର ମୁଖ୍ୟ
ଆଧାର ଅଟେ, ଏହି ପ୍ରୟାସର ଭିତ୍ତି ହେବ।
ଏହାର ଅଧୀନରେ ରାଜ୍ୟ ସ୍ତରର ସୂଚକମାନଙ୍କୁ ଜାତୀୟ ପ୍ରାଥମିକତାସହ ଯୋଡ଼ାଯିବ ଏବଂ ଇଏସଜିଓ ସିଏସଆରଉପାଦାନଗୁଡିକୁ ଏକୀକୃତ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା