ଆନ୍ଧ୍ରପ୍ରଦେଶ- ଶ୍ରୀକାକୁଲମରେ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟା, 9 ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ଅନେକ ଆହତ
ଶ୍ରୀକାକୁଲମ, 1 ନଭେମ୍ବର (ହି.ସ.)-ଶ୍ରୀକାକୁଳଲମ ଜିଲ୍ଲାର କାଶି ବୁଗ୍ଗା ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଶୁକ୍ରବାର ଦଳାଚକଟା ଯୋଗୁ ନଅ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନେକ ଜଣ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା
ଆନ୍ଧ୍ରପ୍ରଦେଶ- ଶ୍ରୀକାକୁଲମରେ ଭେଙ୍କଟେଶ୍ୱର ସ୍ୱାମୀ     ମନ୍ଦିରରେ ଦଳାଚକଟା, 9 ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ଅନେକ ଆହତ


ଶ୍ରୀକାକୁଲମ, 1 ନଭେମ୍ବର (ହି.ସ.)-ଶ୍ରୀକାକୁଳଲମ ଜିଲ୍ଲାର କାଶି ବୁଗ୍ଗା ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ

ଶୁକ୍ରବାର ଦଳାଚକଟା ଯୋଗୁ ନଅ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନେକ ଜଣ ଆହତ ହୋଇଛନ୍ତି। ମୃତକଙ୍କ

ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା

ଏପର୍ଯ୍ୟନ୍ତ ମିଳିନାହିଁ। ଦୁର୍ଘଟଣା ସମୟରେ 25 ହଜାରରୁ ଅଧିକ ଭକ୍ତ ଦର୍ଶନ ପାଇଁ ଲାଇନରେ ଠିଆ

ହୋଇଥିଲେ। ଜିଲ୍ଲା ପ୍ରଶାସନ ଘଟଣାର ଅଧିକ ତଦନ୍ତ ପାଇଁ ଆଦେଶ ଦେଇଛି।

ପୋଲିସ ପ୍ରଶାସନ ଅନୁସାରେ,

ଆଜି ଏକାଦଶୀ ଥିବା କାରଣରୁ କାଶି ବୁଗ୍ଗା ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ

ଭକ୍ତମାନଙ୍କ ଭିଡ଼ ବଢ଼ିଥିଲା। ଭିଡ଼ ଏତେ ବେଶି ହୋଇଗଲା ଯେ ମନ୍ଦିରର ରେଲିଂ ଭାଙ୍ଗି

ପଡ଼ିଲା ଓ ଭକ୍ତମାନେ ତଳକୁ ଖସିଗଲେ। ତାପରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି

ଦୁର୍ଘଟଣାରେ ନଅ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନେକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ

ହସ୍ପିତାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ବିଧାୟିକା ଗୌତୁ ସିରିଷା ମଧ୍ୟ ଉଦ୍ଧାର କାର୍ଯ୍ୟରେ

ନିୟୋଜିତ ଅଛନ୍ତି ଓ ଜିଲ୍ଲା ବାହାରୁ ମଧ୍ୟ ଆମ୍ବୁଲାନ୍ସ ଆଣାଯାଇଛି।

ଏହି ମନ୍ଦିରଟି ହରି ମୁକୁନ୍ଦ ପଣ୍ଡା ପରିବାର ଦ୍ୱାରା ପ୍ରାୟ 10 ବର୍ଷ ପୂର୍ବେ,

ତିରୁମଳାରେ ଦର୍ଶନ ନ କରିପାରିବାରୁ,

12 ଏକର ଜମି ଉପରେ ପ୍ରାୟ 20 କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ

କରାଯାଇଥିଲା। କାଶି ବୁଗ୍ଗା ଭେଙ୍କଟେଶ୍ୱର ମନ୍ଦିର ଉତ୍ତର ଆନ୍ଧ୍ରର “ଛୋଟ ତିରୁପତି”

ଭାବେ ପରିଚିତ। “ଚିନ୍ନ ତିରୁପତି”

ଭାବେ ପରିଚିତ ହେବା ପରେ ଏଠାରେ ଭକ୍ତମାନଙ୍କର ଭିଡ଼ ବେଶି

ବଢ଼ିଯାଇଛି।

ମନ୍ଦିର ପ୍ରଶାସନ ଉପରେ ଅଭିଯୋଗ ହୋଇଛି ଯେ ଏକାଦଶୀ

ଅବସରରେ ଭକ୍ତମାନଙ୍କ ପାଇଁ କୌଣସି ବିଶେଷ ବ୍ୟବସ୍ଥା କରାଯାଇନଥିଲା। ନ୍ୟୁନତମ ସୁବିଧାମାନେ

ମଧ୍ୟ ଦିଆଯାଇନଥିଲା। ଅବ୍ୟବସ୍ଥା ଓ ମନ୍ଦିର କର୍ମଚାରୀମାନଙ୍କର ଉଦାସୀନତା ଏହି ଦୁର୍ଘଟଣାର ପ୍ରମୁଖ

କାରଣ ଅଟେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande