
ଭୁବନେଶ୍ୱର, 12 ନଭେମ୍ବର (ହି.ସ.)- ମଦନ ମୋହନ ମାଲବୀୟଙ୍କୁ ନମନ କରିଛନ୍ତି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ
କହିଛନ୍ତି ଯେ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ‘ଭାରତ ରତ୍ନ’ ମହାମନା ପଣ୍ଡିତ
ମଦନ ମୋହନ ମାଲବୀୟଜୀଙ୍କ ପୁଣ୍ୟତିଥିରେ ମୁଁ ତାଙ୍କୁ ଶ୍ରଦ୍ଧାପୂର୍ବକ ନମନ କରୁଛି।
ରାଷ୍ଟ୍ରଜୀବନର ଉତ୍ଥାନ ପାଇଁ ନିଜକୁ ସମର୍ପିତ କରିଥିବା ମଦନ ମୋହନ
ମାଳବୀୟଜୀ ସ୍ୱାଧୀନତା ସଂଗ୍ରାମର ଅଗ୍ରସର ସଂଗ୍ରାମୀ ଭାବେ ଅଦମ୍ୟ ସାହସର ପରିଚୟ ଦେଇଥିଲେ ଏବଂ
ଶିକ୍ଷାକୁ ଜାତୀୟ ପୁନର୍ନିର୍ମାଣର ଆଧାର କରିଥିଲେ।
ତାଙ୍କ ଦୂରଦର୍ଶୀ ନେତୃତ୍ୱରେ ସ୍ଥାପିତ ବନାରସ ହିନ୍ଦୁ
ବିଶ୍ୱବିଦ୍ୟାଳୟ ଆଜି ମଧ୍ୟ ଜ୍ଞାନ, ଚରିତ୍ର ଓ ରାଷ୍ଟ୍ରଭାବନାର ପ୍ରତୀକ ଭାବେ ଦୃଢ଼ଭାବେ ଦଣ୍ଡାୟମାନ
ହୋଇ ରହିଛି।
ମାଳବୀୟଜୀଙ୍କ ଜୀବନ ଆମକୁ ଏହି ବାର୍ତ୍ତା ଦେଉଛି ଯେ — ଯେତେବେଳେ
ଶିକ୍ଷାରେ ସଂସ୍କାର ଓ ରାଷ୍ଟ୍ରଧର୍ମର ସଂଯୋଗ ହୁଏ, ସେତେବେଳେ କେବଳ ପିଢି ନୁହେଁ, ଭବିଷ୍ୟତ ଗଢ଼ାଯାଏ।
ତାଙ୍କ ଆଦର୍ଶମୟୀ ମାର୍ଗ ସଦା ଆମ ସମସ୍ତଙ୍କୁ ରାଷ୍ଟ୍ରସେବା, ସାମାଜିକ ସଚେତନତା ଓ
ଯୁବ ସଶକ୍ତିକରଣ ପାଇଁ ପ୍ରେରିତ କରୁଥିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା