
ଭୁବନେଶ୍ୱର, 14 ନଭେମ୍ବର (ହି.ସ.)- ଆଜି ନୂଆପଡ଼ା ଉପ ନିର୍ବାଚନର ଭୋଟ ଗଣତି ନେଇ ହେବ । ସକାଳ ୮ଟାରେ ପୋଷ୍ଟାଲ ବାଲାଟ ଗଣତି ପରେ ୮ଟା ୩୦ ମିନିଟରେ ଇଭିଏମ୍ ଭୋଟ ଗଣତି ଆରମ୍ଭ ହେବ । ମୋଟ ୧୪ ଗୋଟି ଟେବୁଲ ବ୍ୟବସ୍ଥା କରାଯାଇଥିବା ବେଳେ ୨୬ ରାଉଣ୍ଡ ଗଣତି ହେବା ନେଇ ପ୍ରଶାସନ ପ୍ରସ୍ତୁତ ରହିଥିବା ଜଣାପଡିଛି। ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ନୂଆପଡ଼ା ବିଧାନସଭା ଉପ ନିର୍ବାଚନରେ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଗଣତି କେନ୍ଦ୍ର ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଥିବା ବେଳେ ଭୋଟ ଗଣତି କେନ୍ଦ୍ର ବାହାରେ ୧୪୪ ଧାରା ଗଣତି ପର୍ଯ୍ୟନ୍ତ ବଳବତ୍ତର ରହିବ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ