
ପାଟଣା, 14 ନଭେମ୍ବର (ହି.ସ.)- ବିହାରର ସମସ୍ତ 243ଟି ବିଧାନସଭା ଆସନର
ମତଗଣନା ଜାରି ରହିଛି। ପ୍ରାରମ୍ଭିକ ଚାରି ଘଣ୍ଟାର ଟ୍ରେଣ୍ଡ ଅନୁସାରେ,
ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ
ଗଠବନ୍ଧନ (ଏନଡିଏ) ପ୍ରଚଣ୍ଡ ଅଧିକତା ପାଇଥିବା ଦେଖାଯାଉଛି। ବିଜେପି85, ଜେଡି(ୟୁ)
76 ଏବଂ ଏଲଜେପି (ରାମବିଲାସ) 20
ଆସନରେ ଆଗରେ ଅଛନ୍ତି। ନିର୍ବାଚନ ଆୟୋଗ ଅନୁସାରେ ସମସ୍ତ 243 ଆସନରୁ ଏନଡିଏ 190 ଆସନରେ ଆଗରେ ଅଛି।
ଦ୍ୱିପ୍ରହର 12:15 ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ବିଜେପି85 ଆସନରେ, ଜେଡି(ୟୁ)
76 ଆସନରେ ଆଗରେ ଅଛି। ଏଲଜେପି-ଆର 20,
ଏଚଏଏମ-04 ଏବଂ ଆରଏଲଏମ-03 ଆସନରେ ମଧ୍ୟ
ଆଗରେ ରହିଛନ୍ତି।
ଅନ୍ୟପଟେ ମହାମେଂଟ ପାଇଁ ଏହି ଟ୍ରେଣ୍ଡ ଝଟକା ସାବ୍ୟସ୍ତ
କରୁଛି। ବର୍ତ୍ତମାନ ଆରଜେଡି35,
କଂଗ୍ରେସ 06, ସିପିଆଇଏମ07, ସିପିଏମ01 ଏବଂ ଭିଆଇପି01 ଆସନରେ ଆଗରେ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା