
ଚଣ୍ଡିଗଡ, 14 ନଭେମ୍ବର (ହି.ସ.)
- ପଞ୍ଜାବରେ ଭାରତ–ପାକିସ୍ତାନ ସୀମାରେ
ଗତ 24 ଘଣ୍ଟା ମଧ୍ୟରେ ସୀମା ସୁରକ୍ଷା ବଳ ଯବାନ ତିନୋଟି ପାକିସ୍ତାନୀ ଡ୍ରୋନ୍କୁ ମାରି ଖସାଇବା
ସହ 558 ଗ୍ରାମ ହେରୋଇନ୍ର ମଧ୍ୟ ଜବତ କରିଛନ୍ତି। ବଢ଼ୁଥିବା ଡ୍ରୋନ୍ ଆଧାରିତ ତସ୍କରି
ବିରୋଧରେ ଏହାକୁ ଗୁରୁତ୍ୱପୂର୍ଣ୍ଣ ପ୍ରହାର ଭାବେ ଦେଖାଯାଉଛି।
ବିଏସଏଫପକ୍ଷରୁ ଶୁକ୍ରବାର
କୁହାଯାଇଛି ଯେ ପ୍ରଥମ ଡ୍ରୋନ୍ ଅମୃତସର ଜିଲ୍ଲାର ମହାୱା ଗ୍ରାମ ନିକଟରେ
ଦେଖାଯାଇଥିଲା। ବିଏସଏଫର ତ୍ୱରିତ ପ୍ରତିକ୍ରିୟା
ଦଳ ଲୋ-ଫ୍ଲାଇଂ ଡ୍ରୋନ୍କୁ ଟ୍ରାକ୍ କରି ଭୂମିକୁ ଖସାଇଦେଇଥିଲା ।
ସର୍ଚ୍ଚ ଅଭିଯାନ ସମୟରେ ସମୁଦାୟ ଡ୍ରୋନ୍ ସେଟଅପ୍ ଜବତ କରାଯାଇଛି ।
ଦ୍ୱିତୀୟ ବଡ଼
କାର୍ଯ୍ୟାନୁଷ୍ଠାନ ଫିରୋଜପୁର ଜିଲ୍ଲାର ହବୀବୱାଲା ଅଞ୍ଚଳରେ
ହୋଇଥିଲା। ଏଠାରେ ସନ୍ଦିଗ୍ଧ କାର୍ଯ୍ୟକଳାପ ଦେଖିବା ପରେ ଯବାନମାନେ ଆଉ ଗୋଟିଏ
ପାକିସ୍ତାନୀ ଡ୍ରୋନ୍କୁ ଚିହ୍ନଟ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା