
ପାଟଣା, 14 ନଭେମ୍ବର (ହି.ସ.)- ବିହାର ବିଧାନସଭାର 243ଟି ଆସନ ପାଇଁ ହୋଇଥିବା
ନିର୍ବାଚନର ମତଗଣନା ଆଜି ସକାଳ 8ଟାରୁ ରାଜ୍ୟର 38ଟି ଜିଲ୍ଲାର 46ଟି କେନ୍ଦ୍ରରେ ଆରମ୍ଭ ହୋଇଛି।
ମତଗଣନା କେନ୍ଦ୍ରଗୁଡିକରେ କଠୋର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମତଗଣନା ପାଇଁ ମୋଟ 4,372ଟି
ଟେବୁଲ୍ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଟେବୁଲ୍ରେ ଏକ ସୁପରଭାଇଜର୍,
ଏକ ଗଣନା ସହାୟକ ଏବଂ ଏକ ସୂକ୍ଷ୍ମ ପର୍ଯ୍ୟବେକ୍ଷକ ନିଯୁକ୍ତ ରହିବେ।
ବିଭିନ୍ନ ଦଳ ଦ୍ୱାରା ନିଯୁକ୍ତ 18,000ରୁ ଅଧିକ ଏଜେଣ୍ଟମାନେ ମଧ୍ୟ ସମଗ୍ର ପ୍ରକ୍ରିୟାର
ନିରୀକ୍ଷଣ କରୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା