ନୂଆପଡ଼ାରେ ଲୋକେ ପରିବର୍ତ୍ତନ ଚାହୁଁଥିଲେ- ମନମୋହନ ସାମଲ
ଭୁବନେଶ୍ୱର, 14 ନଭେମ୍ବର (ହି.ସ.) - ନୂଆପଡା ଉପନିର୍ବାଚନ ଜନାଦେଶକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନୂଆପଡ଼ାରେ ଲୋକେ ପରିବର୍ତ୍ତନ ଚାହୁଁଥିଲେ । ଯାହାର ପ୍ରତିଫଳନ ଗଣତିରୁ ସ୍ପଷ୍ଟ ହେବାରେ ଲାଗିଛି । ନୂଆପଡ଼ା
ନୂଆପଡ଼ାରେ ଲୋକେ ପରିବର୍ତ୍ତନ ଚାହୁଁଥିଲେ- ମନମୋହନ     ସାମଲ


ଭୁବନେଶ୍ୱର, 14 ନଭେମ୍ବର (ହି.ସ.)

- ନୂଆପଡା ଉପନିର୍ବାଚନ ଜନାଦେଶକୁ ନେଇ

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନୂଆପଡ଼ାରେ

ଲୋକେ ପରିବର୍ତ୍ତନ ଚାହୁଁଥିଲେ । ଯାହାର ପ୍ରତିଫଳନ ଗଣତିରୁ ସ୍ପଷ୍ଟ ହେବାରେ ଲାଗିଛି । ନୂଆପଡ଼ା

ଏକ ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳୀ । ଶିଳ୍ପ, କଳକାରଖାନା ନାହିଁ,

ଜଳସେଚନର ବ୍ୟବସ୍ଥା ହୋଇନି । ଏସବୁ ସମସ୍ୟା ଦୂର କରିବା ପାଇଁ ଲୋକେ

ପରିବର୍ତ୍ତନ ଚାହିଁଛନ୍ତି । କଂଗ୍ରେସର ଆରୋପ ନେଇ ମଧ୍ୟ ରଖିଲେ ପ୍ରତିକ୍ରିୟା ରଖିଛନ୍ତି

ମନମୋହନ ସାମଲ । ସେ କହିଛନ୍ତି ଯେ, ଆମେ ବହୁବାର ହାରିଛୁ, ମାତ୍ର ଏପରି

ଅଭିଯୋଗ କରିନାହୁଁ । ଅନ୍ୟକୁ ଦୋଷ ନଦେଇ ଆତ୍ମସମୀକ୍ଷା କରନ୍ତୁ ବିରୋଧୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande