
ଭୁବନେଶ୍ୱର, 14 ନଭେମ୍ବର (ହି.ସ.)- ବିଶ୍ୱ ମଧୁମେହ
ଦିବସରେ ସଚେତନତା ସୃଷ୍ଟି
କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ
ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର ଦିନରେ
ମଧୁମେହ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ଯା ଭାବେ ଉଭା ହୋଇଛି। ଏହାର ନିୟନ୍ତ୍ରଣ ପାଇଁ ସଚେତନତା
ସୃଷ୍ଟି କରିବା ନିମନ୍ତେ ଆଜି 'ବିଶ୍ୱ ମଧୁମେହ ଦିବସ'
ପାଳନ ହେଉଛି।
ସ୍ୱାସ୍ଥ୍ୟମନ୍ତ୍ରୀ
କହିଛନ୍ତି ଯେ, ମଧୁମେହ ଟାଇପ ୨ ପ୍ରତିରୋଧଯୋଗ୍ୟ ଏବଂ ଚିକିତ୍ସାଯୋଗ୍ୟ
ଅଟେ। ଆସନ୍ତୁ ନିୟମିତ ବ୍ୟାୟମ, ସନ୍ତୁଳିତ ଖାଦ୍ୟ
ସେବନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଦ୍ଵାରା ନିଜକୁ
ସୁରକ୍ଷିତ ରଖିବା ପାଇଁ ଶପଥ ନେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା