ଶ୍ରୀମୟୀଙ୍କ କଟାକ୍ଷ, କହିଲେ ପ୍ରମାଣିତ ହେଲା ଭଣ୍ଡ ସନ୍ୟାସୀଙ୍କ ‘ଚକ୍ରାନ୍ତ’
ଭୁବନେଶ୍ୱର, 14 ନଭେମ୍ବର (ହି.ସ.)- ନୂଆପଡା ଜନାଦେଶକୁ ନେଇ ଶ୍ରୀମୟୀ ମିଶ୍ରଙ୍କ କଟାକ୍ଷ । ବିଜେଡିକୁ କଟାକ୍ଷ କରି କହିଛନ୍ତି ଯେ, ପ୍ରମାଣିତ ହେଲା ଭଣ୍ଡ ସନ୍ୟାସୀଙ୍କ ‘ଚକ୍ରାନ୍ତ’ । ନୂଆପଡ଼ା ଉପନିର୍ବାଚନକୁ ନେଇ ପୂର୍ବରୁ ଯାହା ଆଶଙ୍କା ଥିଲା, ତାହା ଏବେ ଓଡ଼ିଶାବାସ
ଶ୍ରୀମୟୀଙ୍କ କଟାକ୍ଷ, କହିଲେ ପ୍ରମାଣିତ ହେଲା ଭଣ୍ଡ     ସନ୍ୟାସୀଙ୍କ ‘ଚକ୍ରାନ୍ତ’


ଭୁବନେଶ୍ୱର, 14 ନଭେମ୍ବର (ହି.ସ.)- ନୂଆପଡା ଜନାଦେଶକୁ ନେଇ ଶ୍ରୀମୟୀ

ମିଶ୍ରଙ୍କ କଟାକ୍ଷ । ବିଜେଡିକୁ କଟାକ୍ଷ କରି କହିଛନ୍ତି ଯେ, ପ୍ରମାଣିତ ହେଲା ଭଣ୍ଡ ସନ୍ୟାସୀଙ୍କ ‘ଚକ୍ରାନ୍ତ’ । ନୂଆପଡ଼ା

ଉପନିର୍ବାଚନକୁ ନେଇ ପୂର୍ବରୁ ଯାହା ଆଶଙ୍କା ଥିଲା, ତାହା ଏବେ

ଓଡ଼ିଶାବାସୀଙ୍କ ଆଗରେ ସତ ପ୍ରମାଣିତ ହେଲା । ଷଡ଼ଯନ୍ତ୍ର, ଚକ୍ରାନ୍ତ ସବୁ

ଜଳଜଳ ଦିଶିଲାଣି । ଅନାମବାବୁଙ୍କ ମାନମହତକୁ ପୁଣିଥରେ ତଳେ ପକାଇଲେ ଘରଜ୍ୱାଇଁ ।

ସେ କହିଛନ୍ତି ଯେ, ଯାହାଙ୍କୁ ନିଜ ମାଟିର ଲୋକେ

୩୦ହଜାର ଭୋଟ ବ୍ୟବଧାନରେ ପ୍ରତ୍ୟାଖ୍ୟାନ କରିଥିଲେ, ତାଙ୍କୁ ନୂଆପଡ଼ାରେ

ପ୍ରାର୍ଥୀ ଭାବେ ଲଦି ଦେବା କାର୍ଯ୍ୟ କ’ଣ ସତରେ ଆମ ପ୍ରିୟ

ନେତା ନବୀନବାବୁ କରିଥିଲେ? ଥରୁଟିଏ ତ ନିଜ

ଅନ୍ତରାତ୍ମାକୁ ପଚାରି ପାରିଥାନ୍ତ ଯେ- ନୂଆପଡ଼ା ଅଂଚଳରେ କ’ଣ କେହି ଯୋଗ୍ୟ

ନଥିଲେ? ନା ଭଣ୍ଡ ସନ୍ୟାସୀଙ୍କ ଚକ୍ରାନ୍ତକୁ କାର୍ଯ୍ୟକାରୀ କରିବାକୁ ତାଙ୍କ ଚାଟୁକାର ଗୋଷ୍ଠୀର

ନେତାମାନେ ଫୁଲ୍ ଦମରେ ଲାଗି ପଡ଼ିଲେ । ଏତେ

ବିପର୍ଯ୍ୟୟ ପରେ ବି ସେହି ତାମିଲ ବ୍ୟକ୍ତିର ‘ଘର ଭଙ୍ଗା’

‘ବଂଶ ନିପାତ’ ଚାଲକୁ କ’ଣ ବୁଝିବାରେ ଆମ

ରାଜ୍ୟର ନେତାମାନେ ଏତେ ଅକ୍ଷମ?

ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ଆମ ସମସ୍ତଙ୍କ ପ୍ରିୟ

ନବୀନବାବୁ ଷଷ୍ଠ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ଓ ଦେଶର ସବୁଠୁ ଦୀର୍ଘକାଳୀନ

ମୁଖ୍ୟମନ୍ତ୍ରୀ ହେବାର ଇତିହାସ ରଚିଥାନ୍ତେ, ତାଙ୍କୁ ଟିମ୍

ଭାଇରସ୍ (ଭଣ୍ଡ ସନ୍ୟାସୀଙ୍କ ଚାଟୁକାର ଗୋଷ୍ଠୀ) ଆଜି ଇତିହାସ ବନେଇ ଦେଲେ । ତାଙ୍କର

ବାର୍ଦ୍ଧକ୍ୟଜନିତ ଶାରୀରିକ ସମସ୍ୟା ଜାଣି ମଧ୍ୟ ସୁଚିନ୍ତିତ ଢଙ୍ଗରେ ନୂଆପଡ଼ା ନିର୍ବାଚନ

ପ୍ରଚାରକୁ ନେଇ ତାଙ୍କୁ ସର୍ବସାଧାରଣରେ ‘ସମବେଦନାର ପାତ୍ର’

କରାଇବାକୁ ବି ପଛାଇଲେ ନାହିଁ ।

ଇତିହାସ ନିଶ୍ଚୟ, ଆପଣମାନଙ୍କୁ

ଶ୍ରେଷ୍ଠ ଚାଟୁକାର ଓ ବିଜେଡି ବିପର୍ଯ୍ୟୟର ‘ସିଖି ମାନେଇ’

ଭାବେ ମନେରଖିବ । ଆଉ କେତେଦିନ ଏମିତି ମାନମହତକୁ ନିଲାମ କରିବେ ନିଜର

ଟିକେଟ ଖଣ୍ଡେ ସୁରକ୍ଷିତ ରଖିବା ପାଇଁ? ଧନ୍ୟରେ ତାମିଲ୍ ଭକ୍ତଗଣ,

କେବେ ତ ବିବେକୀ ହୁଅ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande