
କିଭ, 14 ନଭେମ୍ବର (ହି.ସ.)-ରୁଷ ଗତକାଲି
ରାତିରେ ୟୁକ୍ରେନର ରାଜଧାନୀ କିଭ୍ ଉପରେ ବ୍ୟାପକ ମିସାଇଲ ଏବଂ ଡ୍ରୋନ୍ ଆକ୍ରମଣ କରିଛି। ଏହି
ଆକ୍ରମଣ ସମୟରେ ରୁଷ କିଭ୍କୁ ଲକ୍ଷ୍ୟ କରି ଶହଶହ ରକେଟ୍ ଆକ୍ରମଣ କରିଥିଲଶ । ସ୍ଥାନୀୟ ସମୟ
ଅନୁସାରେ ରାତି ପ୍ରାୟ 12:45 ରେ କିଭ୍ରେ ଅନେକ ବିସ୍ଫୋରଣ ଘଟିଥିଲା। ରାତି 1ରୁ 1:30 ମଧ୍ୟରେ
ଦୁଇଥର ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା।
କିଭ୍ ସହରର ସାମରିକ ପ୍ରଶାସନ ପ୍ରମୁଖ ତୈମୁର
ତାକାଚେଙ୍କୋ ଆକ୍ରମଣ ମଧ୍ୟରେ ଚେତାବନୀ ଜାରି କରିଛନ୍ତି। ଚେତାବନୀରେ କୁହାଯାଇଛି: “ରୁଷୀୟ ସେନା
ଆବାସିକ ବିଲ୍ଡିଂ ଲକ୍ଷ୍ୟ କରୁଛନ୍ତି। କିଭ୍ର ପ୍ରାୟ ସମସ୍ତ ଜିଲ୍ଲାରେ ଅନେକ ଉଚ୍ଚ ଭବନ
କ୍ଷତିଗ୍ରସ୍ତ ହୋଇଛି।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା