ମୋର୍ଚ୍ଚ ସଭାପତି ଘୋଷଣା କଲା ବିଜେପି
ଭୁବନେଶ୍ୱର, ୦୯ ଡିସେମ୍ବର (ହି.ସ)- ରାଜ୍ୟ ବିଜେପି ମଙ୍ଗଳବାର ଦିନ ତାର ୭ଟି ମୋର୍ଚ୍ଚାର ସଭାପତି ସହ ଜିଲ୍ଲା ପ୍ରଭାରୀମାନଙ୍କ ନାମ ଘୋଷଣା କରିଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଏହି ଘୋଷଣା ହୋଇଛି । ଘୋଷଣା ଅନୁଯାୟୀ ଡକ୍ଟର ଐଶ୍ୱର୍ଯ୍ୟା ବିଶ୍ୱାଳ ପୁଣି ଥରେ ମହିଳା ମୋର୍
ମୋର୍ଚ୍ଚ ସଭାପତି ଘୋଷଣା କଲା ବିଜେପି


ଭୁବନେଶ୍ୱର, ୦୯ ଡିସେମ୍ବର (ହି.ସ)- ରାଜ୍ୟ ବିଜେପି ମଙ୍ଗଳବାର ଦିନ ତାର ୭ଟି ମୋର୍ଚ୍ଚାର ସଭାପତି ସହ ଜିଲ୍ଲା ପ୍ରଭାରୀମାନଙ୍କ ନାମ ଘୋଷଣା କରିଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଏହି ଘୋଷଣା ହୋଇଛି । ଘୋଷଣା ଅନୁଯାୟୀ ଡକ୍ଟର ଐଶ୍ୱର୍ଯ୍ୟା ବିଶ୍ୱାଳ ପୁଣି ଥରେ ମହିଳା ମୋର୍ଚ୍ଚା ସଭାପତି ହୋଇଛନ୍ତି। ସେହିପରି ଅଭିଳାଷ ପଣ୍ଡା ମଧ୍ୟ ଯୁବମୋର୍ଚ୍ଚା ସଭାପତି ପଦ ବଜାୟ ରଖିଛନ୍ତି। ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କୁ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି, ପ୍ରଦ୍ୟୁମ୍ନ ନାୟକଙ୍କୁ ଓବିସି ମୋର୍ଚ୍ଚା ସଭାପତି, ବାଇଧର ମଲ୍ଲିକଙ୍କୁ ଏସସି ମୋର୍ଚ୍ଚା ସଭାପତି, କାନ୍ଦେରା ସୋରେନ୍ ଏସଟି ମୋର୍ଚ୍ଚା ସଭାପତି, ଗୁରିନ୍ଦର ସିଂହଙ୍କୁ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି।

ସେହିପରି ଗୋଲକ ପ୍ରସାଦ ମହାପାତ୍ର ଅନୁଗୁଳ ଜିଲ୍ଲା ପ୍ରଭାରୀ, ଗୌତମ ରାୟ ବାଲେଶ୍ୱର ଜିଲ୍ଲା ପ୍ରଭାରୀ, ଉମାକାନ୍ତ ମହାପାତ୍ର ବାଲେଶ୍ୱର (ଉତର ), ବାସୁଦେବ ବାରିକ ବରଗଡ, ସଂଜୀବ ମହାନ୍ତି ଭଦ୍ରକ, ସରୋଜ କୁମାର କର ଭୁବନେଶ୍ୱର, ପର୍ଶୁରାମ ମାଝୀ ବଲାଙ୍ଗୀର, ଗୋବିନ୍ଦ ଅଗ୍ରୱାଲ ବୌଦ, ଇଂ ଜ୍ଞାନଦେବ ବେଉରା କଟକ ଜିଲ୍ଲା ପ୍ରଭାରୀ, କିଶୋର ପଣ୍ଡା କଟକ ଗ୍ରାମୀଣ, ସୁଦର୍ଶନ ଗୋଏଲ ଦେବଗଡ, ସ୍ମୃତି ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲା ପ୍ରଭାରୀ, ବିଶେଶ୍ୱର ଟୁଡୁ ଗଜପତି, ସାରଦା ପ୍ରସାଦ ଶତପଥୀ ଗଂଜାମ, ପ୍ରକାଶ ମଙ୍ଗରାଜ ଘୁମୁସର (ଆସ୍କା) , ଭଗବାନ ମହାନ୍ତି ଘୁମୁସର (ଭଂଜନଗର) , ସୁବାସ ଜେନା ଜଗତସିଂହପୁର, ଯତୀନ ମହାନ୍ତି ଯାଜପୁର, ଭବେନ୍ଦ୍ର ପଣ୍ଡା କୋରାପୁଟ ଜିଲ୍ଲା ପ୍ରଭାରୀ ଭାବେ ମନୋନୀତ ହୋଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande