
ଜମ୍ମୁ, ୯ ଡିସେମ୍ବର (ହି.ସ.)- ସାମ୍ବାରେ ଜଣେ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତଦେହ ମିଳିଛି । ମୃତ୍ୟୁର ସଠିକ୍ କାରଣ ଖୋଜି ବାହାର କରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅଧିକାରୀମାନେ କହିଛନ୍ତି ଯେ, ସୋମବାର ସନ୍ଧ୍ୟାରେ ପଞ୍ଜାବର ଫିରୋଜପୁରର ବାସିନ୍ଦା କନଷ୍ଟେବଳ ସୁଖଦୀପ ସିଂହଙ୍କୁ ରେହିୟାଂ ଗାଁରେ ଏକ କେନାଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ସାମ୍ବାର ଜିଲ୍ଲା ହସ୍ପିଟାଲକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରାଥମିକ ପୋଲିସ ତଦନ୍ତରୁ ଜଣାପଡିଛି ଯେ, ସେ ଏକ ମୋଟରସାଇକେଲରେ ଯାତ୍ରା କରୁଥିଲେ ଏବଂ ଦୁର୍ଘଟଣାବଶତଃ କେନାଲରେ ପଡ଼ିଯାଇଥାଇପାରନ୍ତି ।
ଏକ ପୃଥକ୍ ଘଟଣାରେ, ଅଧିକାରୀମାନେ କହିଛନ୍ତି ଯେ, ସୋମବାର ବିଳମ୍ବିତ ରାତିରେ ଜମ୍ମୁର ନଗରୋଟା ଅଂଚଳରେ ଏକ କ୍ୟାମ୍ପ ଭିତରେ ପଡ଼ି ଜଣେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ) କନଷ୍ଟେବଳଙ୍କ ମୃତ୍ୟୁ ହୋଇଥିଲା । ମୃତଦେହକୁ ପୋଷ୍ଟମର୍ଟମ ଏବଂ ଅନ୍ୟାନ୍ୟ ଔପଚାରିକତା ପାଇଁ ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ