ସରକାରୀ ମହିଳା ମହାବିଦ୍ୟାଳୟରେ ରକ୍ତଦାନ ଶିବିର
କେନ୍ଦୁଝର, ୯ ଡିସେମ୍ବର (ହି.ସ.)- ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝରର ଯୁବ ରେଡକ୍ରସ ଓ ରେଡ ରିବନ ସମିତିର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼. ଲଳିତ ରଞ୍ଜନ ସାହୁ ଆନୁଷ୍ଠାନିକ ଭାବେ ଉକ୍ତ ଶିବିରକୁ ଉଦଘାଟନ କରି ରକ୍ତଦାନ ଏକ ମ
ସରକାରୀ ମହିଳା ମହାବିଦ୍ୟାଳୟରେ ରକ୍ତଦାନ ଶିବିର


କେନ୍ଦୁଝର, ୯ ଡିସେମ୍ବର (ହି.ସ.)- ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝରର ଯୁବ ରେଡକ୍ରସ ଓ ରେଡ ରିବନ ସମିତିର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼. ଲଳିତ ରଞ୍ଜନ ସାହୁ ଆନୁଷ୍ଠାନିକ ଭାବେ ଉକ୍ତ ଶିବିରକୁ ଉଦଘାଟନ କରି ରକ୍ତଦାନ ଏକ ମହତ କାର୍ଯ୍ୟ ବୋଲି କହିବା ସହ ସମସ୍ତଙ୍କୁ ରକ୍ତଦାନ କରିବାକୁ ପରାମର୍ଶ ଦେଇଥିଲେ l ଜିଲ୍ଲା ମୁଖ୍ୟ ଚିକିତ୍ସlଳୟର ଡାକ୍ତର ରମାକାନ୍ତ ମୁଣ୍ଡାଙ୍କ ତତ୍ୱାବଧାନତାରେ ଓ ବ୍ଲଡବ୍ୟାଙ୍କ କେନ୍ଦୁଝରଙ୍କ ପରିଚାଳନାରେ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ମହାବିଦ୍ୟାଳୟର ରେଡକ୍ରସ ସଂସ୍ଥା କାର୍ଯ୍ୟକାରୀ ଅଧିକାରୀ ଡ଼ ମୋନାଲିସା ଦାସ, ରେଡ ରିବନ କ୍ଲବ ଅଧିକାରୀ ଡ଼. ଵାଣିଶ୍ରୀ ଦାଶ, ଜାତୀୟ ସେବା ଯୋଜନା ଅଧିକାରୀ ଡ଼. ନିବେଦିତା ଦାସ ଏବଂ ସୁସ୍ମିତା ମଞ୍ଜରୀ ନାଏକ, ସୁମିତା ହାଁସଦା, ଗୀତାଞ୍ଜଳି ନାଏକ ପମୁଖ କାର୍ଯ୍ୟକ୍ରମ ଆୟୋଜନର ନେତୃତ୍ୱ ଭାର ନିର୍ବାହ କରିଥିଲେ l ଉକ୍ତ ଶିବିର ସୁପରିଚାଳନାରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼. ଚିତ୍ତ ରଞ୍ଜନ ସାହୁ, ଶିକ୍ଷାନୁଷ୍ଠାନର ବ୍ୟବସ୍ଥାପକ ଅଧିକାରୀ ଡ଼. ବିଷ୍ଣୁ ଚରଣ ଦାସ, ଶିକ୍ଷା ବିଭାଗୀୟ ମୁଖ୍ୟ ଡ଼. ରାମଚନ୍ଦ୍ର ମଲ୍ଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ମହାବିଦ୍ୟାଳୟର ଯୁବ ରେଡକ୍ରସ ସ୍ଵେଛାସେବୀ ଛାତ୍ରୀ ଗାୟତ୍ରୀ ଜେନା, କୌଶଲ୍ୟା ନାଏକ, ଜୟସ୍ମିତା କୁଅଁର, ସାନିଆ ପରିଡା, ମିନାକ୍ଷୀ ଦେହୁରୀ ଶିବିର ସୁପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ l ମହାବିଦ୍ୟାଳୟର ଛାତ୍ରୀ, ଅଧ୍ୟାପକଅଧ୍ୟାପିକାଙ୍କ ଦ୍ୱାରା ମୋଟ ୫୧ୟୁନିଟ ରକ୍ତ ସଂଗୃହିତ ହୋଇ ବ୍ଲଡବ୍ୟାଙ୍କ କେନ୍ଦୁଝରକୁ ପ୍ରଦାନ କରାଯାଇଥିଲା l

ପୂର୍ବ ବର୍ଷରେ ଆୟୋଜିତ ରକ୍ତଦାନ ଶିବିରରେ ସର୍ବୋଚ୍ଚ ସଂଖ୍ୟା ରକ୍ତଦାତା ହୋଇଥିବା ହେତୁ ଇତିହାସ ବିଭାଗକୁ ଏ ବର୍ଷ ଯୁବ ରେଡକ୍ରସ ଓ ରେଡ ରିବନ ୟୁନିଟ୍ ତରଫରୁ ସମ୍ମାନିତ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande