ମହାରାଣୀ ଲକ୍ଷ୍ମୀବାଇ ଧାନମଣ୍ଡି ପରିଚାଳନା ମହିଳା ମହାସଂଘର ସଦସ୍ୟ ପ୍ରଶାସନର ଦ୍ଵାରସ୍ଥ
ଜୟପୁର, ୯ ଡିସେମ୍ବର (ହି.ସ.)- ରାଣୀ ଲକ୍ଷ୍ମୀବାଇ ମହିଳା ମହାସଂଘ କୋରାପୁଟର ୨୪ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉପଦେଷ୍ଟା ଆଜି ଜୟପୁର ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି । ଉପ ଜିଲାପାଳ ଆକାବରମ ଶଶ୍ୟା ରେଡ୍ଡିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବି ପତ
ମହାରାଣୀ ଲକ୍ଷ୍ମୀ ବାଇ ଧାନମଣ୍ଡି ପରିଚାଳନା ମହିଳା ମହାସଂଘର ସଦସ୍ୟ ପ୍ରଶାସନର ଦ୍ୱାରସ୍ଥ


ଜୟପୁର, ୯ ଡିସେମ୍ବର (ହି.ସ.)- ରାଣୀ ଲକ୍ଷ୍ମୀବାଇ ମହିଳା ମହାସଂଘ କୋରାପୁଟର ୨୪ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉପଦେଷ୍ଟା ଆଜି ଜୟପୁର ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି । ଉପ ଜିଲାପାଳ ଆକାବରମ ଶଶ୍ୟା ରେଡ୍ଡିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଚିଠି ନମ୍ବର ୧୧୦୨ ୧୪.୮.୨୦୧୯ ଗାଇଡ ଲାଇନ ଅନୁଯାଇ ମଣ୍ଡିରୁ ଧାନ କ୍ରୟ ପାଇଁ ଅନୁମତି ପାଇଛି । କିନ୍ତୁ, ଡିଏଲପିସି ବୈଠକ ମୁତାବକ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ଟିମ ଯାଞ୍ଚ କରିଛନ୍ତି । ପ୍ରଥମ ଟିମ ଗାଇଡ ଲାଇନକୁ ପାଥେୟ କରି ଅନେକ ସ୍ୱୟଂ ସହାୟକ ଗୋଷ୍ଠିର ଗ୍ରେଡେସନ କରି ନାହାଁନ୍ତି । ଦ୍ୱିତୀୟ ଟିମ ଗାଇଡ ଲାଇନରେ ଚାଷୀଙ୍କ ବିଶ୍ରାମ କକ୍ଷ, ଧାନ ରଖିବା ପାଇଁ କଭଡ ଷ୍ଟୋରଜ, ମସଚର ମେସିନ, ଗାଡି ଓଜନ ପୋଲ, ସିସିଟିଭି ନାହିଁ ଲେଖିଛନ୍ତି ଯାହାକି ସମ୍ପୁଣ୍ଣ ଭାବରେ ନିୟନ୍ତ୍ରିତ ବଜାର କମିଟି କରିବା କଥା କାରଣ ଏହି ବାବଦକୁ ଚାଷୀଙ୍କ ଧାନ କ୍ରୟ ୨ ପ୍ରତିଶତ ଟଙ୍କା ସରକାର ଦେଉଛନ୍ତି । କୋରାପୁଟ ଜିଲାର ୧୦୮ ମଣ୍ଡିରୁ କେବଳ ୮ରୁ ୧୦ଟି ସ୍ଥାନରେ ଛାଡି ଦେଲେ କୌଣସି ଜାଗାରେ ମଣ୍ଡିର ଭିତ୍ତିଭୂମି ଯଥା ଚାଷିଙ୍କ ବିଶ୍ରାମ ଘର, ଧାନ ଗଛିତ କରିବା ପାଇଁ ଷ୍ଟୋରେଜ ଗାଡି ଓଜନ ପୋଲ ନାହିଁ । ଲ୍ୟାମ୍ପସ, ପାଣିପଞ୍ଚାୟତ ଓ ମହିଳା ସ୍ୱଂୟ ସହାୟକ ଗୋଷ୍ଠିଙ୍କ ପାଖରେ ମଧ୍ୟ ନାହିଁ । ମହିଳା ଗୋଷ୍ଠି ମାନେ ଚାଷୀଙ୍କ ପଞ୍ଜିକରଣ, ଯାଞ୍ଚ, ବଣ ଜଙ୍ଗଲ ବୁଲି ସାଟେଲାଇଟ ସର୍ଭେ କରି ମଣ୍ଡି ପଡିଆକୁ ସଫା କରାଇ ଲାଇଟ ବି ଲଗା ସରିଛି । କେବଳ ଧାନକ୍ରୟ ବାକି ଅଛି । ସ୍ୱଂୟ ସହାୟକ ଗୋଷ୍ଠିକୁ ଦୂରେଇ ଲ୍ୟାମ୍ପକୁ ଦେଲେ ଚାଷୀଙ୍କ ଠିକ ଧାନ କ୍ରୟର ଯାବତୀୟ ସୁବିଧା ମିଳିବ ନାହିଁ । କେବଳ ମହିଳା ଗୋଷ୍ଠିଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ ନକରି ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି । ନଚେତ ସମସ୍ତ ସ୍ୱଂୟ ସହାୟକ ଗୋଷ୍ଠି ମାନେ ଡିଇଓ ଓ ମ୍ୟାନେଜମେଣ୍ଟ ମାନେ ହତାଶ ହେବେ । ସେମାନଙ୍କ ଲ୍ୟାପଟପ ପ୍ରିଣ୍ଟର, ଇଣ୍ଟେରନେଟ ଫାଇବର ଅକାମି ହେବା ସହ ୧ ହଜାର ପରିବାର ଜୀବିକା ଶୂନ୍ୟ ହୋଇ ମାନସିକ ଚାପଗ୍ରସ୍ତ ହେବେ ଓ ଖର୍ଚ୍ଚାନ୍ତ ର ଶିକର ମଧ୍ୟ ହେବେ ଏବଂ ହଜାର ହଜାର ଚାଷୀ ଅସୁବିଧାର ସମ୍ମୁଖିନ ହେବେ ବୋଲି ମହାରାଣୀ ଲକ୍ଷ୍ମୀବାଇ ଧାନମଣ୍ଡି ପରିଚାଳନା ମହିଳା ମହାସଂଘର ସଭାପତି ରଶ୍ମିତା ମିଶ୍ର ଅନୁରୋଧ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande