
ଭୁବନେଶ୍ୱର, ୯ ଡିସେମ୍ବର (ହି.ସ.)- ଆଗାମୀ ୨ ଦିନ ମଧ୍ୟରେ ଅର୍ଥାତ୍ ଆସନ୍ତା ୧୧ ତାରିଖ ସକାଳ ସୁଦ୍ଧା ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ ।
୧୦ ତାରିଖ ସକାଳ ସୁଦ୍ଧା କୋରାପୁଟ, କଳାହାଣ୍ଡି, କନ୍ଧମାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି ।
ଅନୁରୂପ ଭାବେ ୧୦ ତାରିଖ ସକାଳ ଠାରୁ ୧୧ ତାରିଖ ସକାଳ ସୁଦ୍ଧା କୋରାପୁଟ, କଳାହାଣ୍ଡି, କନ୍ଧମାଳ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ