ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ
ଜୟପୁର, ୯ ଡିସେମ୍ବର (ହି.ସ.)-ଜୟପୁର ଶାରଦା ବିହାର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ କୋରାପୁଟ ଜିଲା ଆୟୁର୍ବେଦ ବିକାଶ ପରିଷଦ ଜୟପୁର ତରଫରୁ ଆୟୁର୍ବେଦ ମାଗଣା ସ୍ୱସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ୩ ଶହ ଶିଶୁଙ୍କୁ ଡିଗ୍ରିଧାରି ଚିକିତ୍ସକ ମାନଙ୍କ ଦ୍ୱାରା ଚ
ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଟିତ


ଜୟପୁର, ୯ ଡିସେମ୍ବର (ହି.ସ.)-ଜୟପୁର ଶାରଦା ବିହାର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ କୋରାପୁଟ ଜିଲା ଆୟୁର୍ବେଦ ବିକାଶ ପରିଷଦ ଜୟପୁର ତରଫରୁ ଆୟୁର୍ବେଦ ମାଗଣା ସ୍ୱସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ୩ ଶହ ଶିଶୁଙ୍କୁ ଡିଗ୍ରିଧାରି ଚିକିତ୍ସକ ମାନଙ୍କ ଦ୍ୱାରା ଚିକିତ୍ସା କରାଯାଇ ମାଗାଣା ଔଷଧ ବଣ୍ଟନ କରାଯାଇଥିଲା ।ଏହି ଶିବିରରେ ଡାକ୍ତର ସୁଦର୍ଶନ ଗୌଡ, କବିରାଜ ପରମେଶ୍ୱର ପାତ୍ର, ଲିଲୁ ପାତ୍ର, ଡାକ୍ତର ଶ୍ରୀକାନ୍ତ ପାତ୍ର ଉପସ୍ଥିତ ଥିଲେ । ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ସେଠୀ ଓ ଦିଲିପ କୁମାର ଶତପଥି ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande