ମାଲକାନଗିରି ଜିଲ୍ଲାରେ ଇଂଟରନେଟ୍ କଟକଣା ୧୮ ଘଂଟା ବୃଦ୍ଧି
ମାଲକାନଗିରି, ୯ ଡିସେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲାରେ ଇଂଟରନେଟ୍ କଟକଣାକୁ ଆଉ ୧୮ ଘଂଟା ବୃଦ୍ଧି କରିଛି ପ୍ରଶାସନ । ଆସନ୍ତାକାଲି ଦିନ ୧୨ଟା ପର୍ଯ୍ୟନ୍ତ ଏହି କଟକଣାକୁ ବୃଦ୍ଧି କରାଯାଇଥିବା ନେଇ ସୂଚନା ଜାରି କରିଛି ଜିଲ୍ଲା ପ୍ରଶାସନ । ଆରଡିସି ଓ ଜିଲ୍ଲାପାଳଙ୍କ ସହିତ ଏନେଇ ଆଲୋଚନା ପରେ ଏହି
ମାଲକାନଗିରି ଜିଲ୍ଲାରେ ଇଂଟରନେଟ୍ କଟକଣା ୧୮ ଘଂଟା ବୃଦ୍ଧି


ମାଲକାନଗିରି, ୯ ଡିସେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲାରେ ଇଂଟରନେଟ୍ କଟକଣାକୁ ଆଉ ୧୮ ଘଂଟା ବୃଦ୍ଧି କରିଛି ପ୍ରଶାସନ । ଆସନ୍ତାକାଲି ଦିନ ୧୨ଟା ପର୍ଯ୍ୟନ୍ତ ଏହି କଟକଣାକୁ ବୃଦ୍ଧି କରାଯାଇଥିବା ନେଇ ସୂଚନା ଜାରି କରିଛି ଜିଲ୍ଲା ପ୍ରଶାସନ । ଆରଡିସି ଓ ଜିଲ୍ଲାପାଳଙ୍କ ସହିତ ଏନେଇ ଆଲୋଚନା ପରେ ଏହି କଟକଣାକୁ ବୃଦ୍ଧି କରାଯାଇଛି । ଆଜି ସନ୍ଧ୍ୟାରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପୋଲିସ ଡିଜିଙ୍କ ଉପସ୍ଥିତିରେ ଶାନ୍ତି ଆଲୋଚନା ପାଇଁ ଉଭୟ ପକ୍ଷଙ୍କୁ ଡକାଯାଇଛି ।

ପ୍ରକାଶଥାଉକି, ଗତ ୪ ତାରିଖ ଦିନ ପୋଟେରୁ ନଦୀରୁ ରାଖେଲଗୁଡ଼ା ଗ୍ରାମର ଲାକେ ପଡିଆମି ନାମକ ମହିଳାଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର ହୋଇଥିଲା । ଏହି ଘଟଣା ପରେ ସମ୍ପୃକ୍ତ ଅଂଚଳରେ ଉତେଜନା ପ୍ରକାଶ ପାଇବା ସହ ଏଥିରେ ଏମଭି-୨୬ ଗ୍ରାମର ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରି ଉକ୍ତ ଗ୍ରାମରେ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ଭଙ୍ଗାରୁଜା ଓ ପୋଡାଜଳା କରାଯାଇଥିଲା । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଂଟା ପାଇଁ ଅର୍ଥାତ୍ ଗତକାଲି ସନ୍ଧ୍ୟା ୬ଟା ଠାରୁ ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାରା ଜିଲ୍ଲାରେ ଇଂଟରନେଟ୍ ସେବାକୁ ବନ୍ଦ ରଖାଯାଇଥିଲା । ତେବେ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଅବଧିକୁ ଆଜି ଆଉ ୧୮ ଘଂଟା ବୃଦ୍ଧି କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande