କେନ୍ଦୁଝର ଦେବୋତ୍ତର ବିଭାଗ ଜବରଦଖଲକାରୀଙ୍କ ପ୍ରତି ନୀରବ କାହିଁକି
କେନ୍ଦୁଝର, ୯ ଡିସେମ୍ବର (ହି.ସ.)- କେନ୍ଦୁଝର ସଦର ମହକୁମା ତଥା କେନ୍ଦୁଝର ପୌରାଞ୍ଚଳର ବିଭିନ୍ନ ଅଞ୍ଚଳରେ ଦେବୋତ୍ତର ବିଭାଗର ବିଭିନ୍ନ କିସମର ସରକାରୀ ଜାଗାକୁ ଜାଗା ନିକଟରେ ରହୁଥିବା ଲୋକମାନେ ନିଜ ଜାଗା ସହିତ ମିଶାଇ ସେ ଜାଗାରେ ବାସଗୃହ, ଦୋକାନ ଗୃହ, କେହି କେହି ଟିଣରେ ବଡ ବଡ ଦୋକାନ ଗୃହ ମାନ ନ
କେନ୍ଦୁଝର ଦେବୋତ୍ତର ବିଭାଗ ଜବରଦଖଲକାରୀଙ୍କ ପ୍ରତି ନୀରବ କାହିଁକି


କେନ୍ଦୁଝର, ୯ ଡିସେମ୍ବର (ହି.ସ.)- କେନ୍ଦୁଝର ସଦର ମହକୁମା ତଥା କେନ୍ଦୁଝର ପୌରାଞ୍ଚଳର ବିଭିନ୍ନ ଅଞ୍ଚଳରେ ଦେବୋତ୍ତର ବିଭାଗର ବିଭିନ୍ନ କିସମର ସରକାରୀ ଜାଗାକୁ ଜାଗା ନିକଟରେ ରହୁଥିବା ଲୋକମାନେ ନିଜ ଜାଗା ସହିତ ମିଶାଇ ସେ ଜାଗାରେ ବାସଗୃହ, ଦୋକାନ ଗୃହ, କେହି କେହି ଟିଣରେ ବଡ ବଡ ଦୋକାନ ଗୃହ ମାନ ନିର୍ମାଣ କରି ବ୍ୟବସାୟ କରୁଥିବା ବେଳେ ଦେବୋତ୍ତର ବିଭାଗ ଜବରଦଖଲକାରୀଙ୍କୁ ଦେଖି ନଦେଖିଲା ପରି ରହୁଛି । ଏପରିକି ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ସରକାରୀ ଜାଗା, କଭରଯୁକ୍ତ ଡ୍ରେନ ଗୁଡିକୁ ମଧ୍ୟ କଭର କରି ବ୍ୟବସାୟ ଅନୁଷ୍ଠାନ ଖୋଲିଚାଲିଛନ୍ତି। ଏଥିପ୍ରତି ନା ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡୁଛି ନା ଦେବୋତ୍ତର ବିଭାଗର ଦୃଷ୍ଟି ପଡୁଛି, ଯାହାକି କାଶୀପୁର, ଜଗନ୍ନାଥପୁର , ବଡଡେରା, କୁଲାଡେରା ପ୍ରଭୃତି ମୌଜାରେ ଥିବା ସରକାରୀ, ଦେବୋତ୍ତର ଜାଗା ଗୁଡିକୁ ଦେଖିଲେ ଦେବୋତ୍ତର ବିଭାଗ ତଥା ଜିଲ୍ଲା ପ୍ରଶାସନ ସରକାରୀ ଜାଗା ଗୁଡିକର ସୁରକ୍ଷା ଉପରେ କେତେ ସଚେତନ ତାହା ସ୍ପଷ୍ଟ ପ୍ରମାଣ ମିଳେ । ତେଣୁ ଏଥିପ୍ରତି ରାଜସ୍ଵ ବିଭାଗ ଦୃଷ୍ଟି ଦେବାକୁ ଦୃଢ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande