
ଭୁବନେଶ୍ୱର, ୦୯ ଡିସେମ୍ବର (ହି.ସ)- ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବିଧାନସଭାରେ ମଙ୍ଗଳବାର ଦିନ ସଂଶୋଧିତ ବିଲ ଆଗତ ହୋଇଛି।ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଧାନସଭାରେ ବିଲ ଉପସ୍ଥାପନ କରିଥିଲେ।
ସଂଶୋଧିତ ବିଲ୍ ଅନୁଯାୟୀ ବିଧାୟକ ଓ ପୂର୍ବତନ ବିଧାୟକ ମାନଙ୍କୁ ଏଣିକି ୩୫ ହଜାର ବଦଳରେ ୯୦ ହଜାର ଟଙ୍କା ମିଳିବ।ବିଧାୟକଙ୍କ ମୃତ୍ୟୁ ହେଲେ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ।
ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତା ଓ ପେନଶନ ୫ ବର୍ଷକୁ ଥରେ ବଢିବ। ବିଲ ଆକାରରେ ନକରି ଅଡିନାନ୍ସ ଜରିଆରେ ଦରମା ବୃଦ୍ଧି କରାଯାଇପାରିବ। ଥରୁଟିଏ ବିଧାୟକ ହୋଇଥିଲେ ୮୦ ହଜାର ଟଙ୍କା ପେନଶନ ମିଳିବ। ବିଧାୟକଙ୍କ ମୋଟ ଦରମା ୩ ଲକ୍ଷ ୪୫ ହଜାର ଟଙ୍କା ହେବ। ଅଧିକ ଥର ବିଧାୟକ ନିର୍ବାଚିତ ହୋଇଥିଲେ ଅତିରିକ୍ତ ୩୦୦୦ ଟଙ୍କା ମିଳିବ। ପୂର୍ବତନ ବିଧାୟକଙ୍କ ଗସ୍ତ ଖର୍ଚ୍ଚ ବାବଦକୁ ୧୨ ହଜାର ଟଙ୍କା ମିଳିବ। ପୂର୍ବତନ ବିଧାୟକଙ୍କ ଚିକିତ୍ସା ଖର୍ଚ୍ଚ ୨୦୦୦ ହଜାରରୁ ୨୫୦୦୦କୁ ବୃଦ୍ଧି କରାଯାଇଛି।
ସେହିପରି ବିଧାନସଭା ବାଚସ୍ପତିଙ୍କ ଦରମା ୯୮ ହଜାର ଟଙ୍କାକୁ ବୃଦ୍ଧି ହୋଇଛି। ପୂର୍ବରୁ ବାଚସ୍ପତିଙ୍କ ଦରମା ୪୦ ହଜାର ୫୦୦ ଟଙ୍କା ଥିଲା। ଏହାସହ ବୈଠକ ଭତା ୮୦୦ ଟଙ୍କାରୁ ୨୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଉପ ବାଚସ୍ପତିଙ୍କ ଦରମା ୩୮ ହଜାର ଟଙ୍କାରୁ ୯୪ ହଜାର ଟଙ୍କାକୁ ବୃଦ୍ଧି ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା