ମୋହନ ସୁନ୍ଦର ସ୍ମୃତି ସଂସଦ ଆନୁକୂଲ୍ୟରେ ପ୍ରତିଭା ସମ୍ମାନ ଓ ସମର୍ଦ୍ଧନା ସଭା ସମାରୋହ
କେନ୍ଦୁଝର, ୯ ଡିସେମ୍ବର (ହି.ସ.)- ଚମ୍ପୁଆ ବ୍ଲକ ଭଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମୋହନ ସୁନ୍ଦର ସ୍ମୃତି ସଂସଦ, ରରୁଆଁଗୋଡ଼ା ଆନୁକୂଲ୍ୟରେ ୨ୟ ବାର୍ଷିକ ପ୍ରତିଭା ସମ୍ମାନ ଓ ବ୍ୟକ୍ତିତ୍ୱ ସମର୍ଦ୍ଧନା ସମାରୋହ ସହିତ ପୁସ୍ତକ ଉନ୍ମୋଚନ ଉତ୍ସବ ସଂସଦର ସଭାପତି କୈ
ମୋହନ ସୁନ୍ଦର ସ୍ମୃତି ସଂସଦ ଆନୁକୂଲ୍ୟରେ ପ୍ରତିଭା ସମ୍ମାନ ଓ ସମର୍ଦ୍ଧନା ସଭା ସମାରୋହ


କେନ୍ଦୁଝର, ୯ ଡିସେମ୍ବର (ହି.ସ.)- ଚମ୍ପୁଆ ବ୍ଲକ ଭଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମୋହନ ସୁନ୍ଦର ସ୍ମୃତି ସଂସଦ, ରରୁଆଁଗୋଡ଼ା ଆନୁକୂଲ୍ୟରେ ୨ୟ ବାର୍ଷିକ ପ୍ରତିଭା ସମ୍ମାନ ଓ ବ୍ୟକ୍ତିତ୍ୱ ସମର୍ଦ୍ଧନା ସମାରୋହ ସହିତ ପୁସ୍ତକ ଉନ୍ମୋଚନ ଉତ୍ସବ ସଂସଦର ସଭାପତି କୈଳାସ ଚନ୍ଦ୍ର ତନ୍ତୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ନାଟ୍ୟ ନିର୍ଦେଶକ ପ୍ରକାଶ ଚନ୍ଦ୍ର କୁଣ୍ଡୁ, ବରେଣ୍ୟ ଅତିଥି ଭାବେ ସାହିତ୍ୟିକ ତଥା ଐତିହାସିକ ନିରଞ୍ଜନ ବାରିକ, ମୁଖ୍ୟବକ୍ତା ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ଗାଳ୍ପିକ ଅନୀଲ ଦାସ, ସମ୍ମାନିତ ଅତିଥି ଭାବେ ଧରଣୀଧର ବିଶ୍ୱ ବିଦ୍ୟାଳୟ ର ଓଡ଼ିଆ ପ୍ରାଧ୍ୟାପିକା ଡ଼କ୍ଟର ଶୁଭସ୍ମିତା ଦାଶ, କବି ଓ ସାହିତ୍ୟିକ ହରିହର ମହାନ୍ତ, ରାଉଲକେଲା ଡାକ ମଣ୍ଡଳ ସୁପରିଟେଣ୍ଡ ଶ୍ୟାମ ସୁନ୍ଦର ମହାରଣା, ରଙ୍ଗାମାଟିଆ ସରପଞ୍ଚ ମାଧୁରୀ ନାଏକ ପ୍ରମୁଖ ଯୋଗ ଦେଇଥିଲେ l ଅତିଥି ମାନେ ବିପଥଗାମୀ ସମାଜକୁ ସୁଧାରିବାରେ ଓ ସୁସ୍ଥ ସମାଜ ଗଠନରେ ନାରୀ, ମା 'ମାନଙ୍କ ମହତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରି ସଚେତନ ଜାଗ୍ରତ ହେବାକୁ ଦିଗଦର୍ଶନ ଦେଇଥିଲେ l ପ୍ରଥମେ ଅତିଥିମାନେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଧୂପ ପ୍ରଦୀପ ପ୍ରଯ୍ୟଳନ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l କାଶିପାଳ ପଞ୍ଚାୟତ ହାଇସ୍କୁଲ ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵlଗତ ସଙ୍ଗୀତ ଗାନ କରାଯାଇଥିଲା l ସମ୍ପାଦକ ତଥା ନାଟ୍ୟକାର ରଘୁନାଥ ମହାନ୍ତ ସମ୍ପାଦକୀୟ ବିବରଣୀ ପାଠ କରି ଅନୁଷ୍ଠାନ ର ଲକ୍ଷ୍ୟ, ଉଦେଶ୍ୟ ସମ୍ପର୍କରେ ଅବଗତ କରିଥିଲେ l କାର୍ଯ୍ୟକ୍ରମକୁ ଡାକ୍ତର ପଦ୍ମଲୋଚନ ମହାନ୍ତ, କବି ନକୁଳ ଚରଣ ମହାନ୍ତ ସଂଯୋଜନା କରି ଅତିଥି ପରିଚୟ ପ୍ରଦାନ କରିଥିଲେ l ଅତିଥି ମାନଙ୍କ ଦ୍ଵାରା କବି ଭକ୍ତବନ୍ଧୁ ମହାନ୍ତଙ୍କ ରଚିତ କବିତା ସଂକଳନ ତୁମ କଥା ମନେ ପଡେ ଓ ନାଟ୍ୟକାର ରଘୁନାଥ ମହାନ୍ତଙ୍କ ନାଟକ ବୃହନ୍ନଳା ଉନ୍ମୋଚିତ ହୋଇଥିଲା l

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିତ୍ୱ ଓ ପ୍ରତିଭା କବି ବୈକୁଣ୍ଠନାଥ ମହାନ୍ତ,କବୟିତ୍ରୀ ସୁଭଦ୍ରା ମହାନ୍ତ, ଆଲୋଚକ ତଥା ଗବେଷକ ଅରବିନ୍ଦ ମହାନ୍ତ, ମଞ୍ଚ ଅଭିନେତା ତଥା ସାମ୍ବାଦିକ ପବିତ୍ର କୁମାର ନାୟକ, ନବ ପ୍ରତିଭା କବୟିତ୍ରୀ ପୁଷ୍ପଲତା ମୁଣ୍ଡା ଙ୍କ ସହିତ କ୍ଷେତ୍ରବାସୀ ମହାନ୍ତ ଙ୍କୁ ଆଦର୍ଶ ପୁତ୍ର ସମ୍ମାନ, ଶ୍ରୀମତୀ କୌଶଲ୍ୟା ନାୟକ ଙ୍କୁ ଆଦର୍ଶ ପତ୍ନୀ , ଗୀତାରାଣୀ ମହାନ୍ତ ଙ୍କୁ ଆଦର୍ଶ ବୋହୁ , ଶ୍ରୀମତୀ ରସନ୍ତଳା ନାୟକ ଙ୍କୁ ଆଦର୍ଶ ଶାଶୁ ଯୁବ ସମାଜସେବୀ ସ୍ୱର୍ଗତ ତରଙ୍ଗ ମହାନ୍ତ ଙ୍କୁ ମରଣୋତର ସମ୍ମାନ ରେ ସମ୍ମାନିତ କରାଯାଇଥିବା ବେଳେ ମା ଗାଁ ଶିରୀ ସ୍ଵୟଂ ସହାୟିକା ଗୋଷ୍ଠୀ, ଟିଆଁସିପଶି ଓ ମା କିଚକେଶ୍ୱରୀ ସ୍ଵୟଂ ସହାୟକ ଗୋଷ୍ଠୀ, ବାଙ୍କିଆକୁ ମଧ୍ୟ ସମ୍ମାନିତ କରାଯାଇଥିଲା l

ଏହି କାର୍ଯ୍ୟକ୍ରମ ମୋହନ ସୁନ୍ଦର ସ୍ମୃତି ସଂସଦ ର ସଦସ୍ୟ ଆଶା ମଞ୍ଜରୀ ମହାନ୍ତ, କୁଳମଣି ମହାନ୍ତ, ବୀରେନ୍ଦ୍ର ପାତ୍ର, ବାବାଜୀ ଚରଣ ମହାନ୍ତ, ନେତ୍ରାନନ୍ଦ ମହାନ୍ତ, ହିତାଂସୁ ପ୍ରଧାନ, ଜନ୍ମେଜୟ ଗିରି ପ୍ରମୁଖଙ୍କ ଦ୍ଵାରା ପରିଚାଳିତ ହୋଇଥିଲା l

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande