ଲାଲକିଲା ବିସ୍ଫୋରଣ ମାମଲାରେ ଜମ୍ମୁ-କଶ୍ମୀରର ଜଙ୍ଗଲିଆ ଅଂଚଳରେ ଏନଆଇଏର ତଲାସୀ
ଶ୍ରୀନଗର, 9 ଡିସେମ୍ବର (ହି.ସ.)- ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ର ଗୋଟିଏ ଟିମ୍‌ ଦିଲ୍ଲୀରେ ଲାଲକିଲ୍ଲା ନିକଟରେ 10 ନଭେମ୍ବରରେ ଘଟିଥିବା ବିସ୍ଫୋରଣ ଘଟଣାର ତଦନ୍ତ ସନ୍ଦର୍ଭରେ ମଙ୍ଗଳବାର ଜମ୍ମୁ–କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ତଲାସୀ ଚଳାଇଛି। ଅଧିକା
ଲାଲକିଲା ବିସ୍ଫୋରଣ ମାମଲାରେ ଜମ୍ମୁ-କଶ୍ମୀରର ଜଙ୍ଗଲିଆ ଅଂଚଳରେ     ଏନଆଇଏର ତଲାସୀ


ଶ୍ରୀନଗର, 9 ଡିସେମ୍ବର (ହି.ସ.)- ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ର ଗୋଟିଏ ଟିମ୍‌

ଦିଲ୍ଲୀରେ ଲାଲକିଲ୍ଲା ନିକଟରେ 10 ନଭେମ୍ବରରେ ଘଟିଥିବା ବିସ୍ଫୋରଣ ଘଟଣାର ତଦନ୍ତ ସନ୍ଦର୍ଭରେ

ମଙ୍ଗଳବାର ଜମ୍ମୁ–କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ତଲାସୀ ଚଳାଇଛି।

ଅଧିକାରୀମାନେ କହିଛନ୍ତି ଯେ ପୋଲିସ ଏବଂ ସିଆରପିଏଫ୍‌ର ସହଯୋଗରେ ଏନ୍‌ଆଇଏ

ଅଧିକାରୀମାନେ “ହ୍ବାଇଟ୍–କଲାର” ଟେରର୍ ମଡ୍ୟୁଲ ସହ ସମ୍ପର୍କିତ ଧରାପଡ଼ିଥିବା ଦୁଇ ଅଭିଯୁକ୍ତ—ଡ଼କ୍ଟର

ଅଦିଲ୍‌ ରାଥର୍‌ ଏବଂ ଜସିର୍‌ ବିଲାଲ୍‌ ଓଆନିଙ୍କୁ ସାଙ୍ଗରେ ନେଇଆସିଥିଲେ । ଅଧିକାରୀଙ୍କ

ଅନୁସାରେ, ଉଭୟ ଅଭିଯୁକ୍ତ ତଦନ୍ତକାର ଅଧିକାରୀମାନଙ୍କୁ ଦକ୍ଷିଣ

କାଶ୍ମୀରର ମଟନ୍‌ ଜଙ୍ଗଲ ଅଞ୍ଚଳର କିଛି ଠିକଣା ବିଷୟରେ ସୂଚନା ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande