ଭାରତ ମାତା ପ୍ରତି ସମର୍ପଣ, ତ୍ୟାଗ ଓ ଅଦମ୍ୟ ସାହସର ଶାଶ୍ୱତ ଭାବନା ଅଟେ ବନ୍ଦେ ମାତରମ୍- ରାଧାକୃଷ୍ଣନ
ନୂଆଦିଲ୍ଲୀ, 9 ଡିସେମ୍ବର (ହି.ସ.)- ରାଜ୍ୟସଭାରେ ମଙ୍ଗଳବାର ‘ବନ୍ଦେ ମାତରମ୍’ର 150ତମ ବାର୍ଷିକୀ ଉପଲକ୍ଷେ ଆଲୋଚନା ଆରମ୍ଭ ପୂର୍ବରୁ, ଅଧ୍ୟକ୍ଷ ସି. ପି. ରାଧାକୃଷ୍ଣନ ତାଙ୍କ ଆରମ୍ଭିକ ଉଦ୍ବୋଧନରେ ଏହାକୁ ଦେଶର ଆତ୍ମା ଏବଂ ସ୍ୱାଧୀନତା ସଂଗ୍ରାମର ହୃହସ୍ପନ୍ଦନ ବୋଲି କହିଥଲେ । ସେ
ସିପି ରାଧାକୃଷ୍ଣନ


ନୂଆଦିଲ୍ଲୀ, 9 ଡିସେମ୍ବର (ହି.ସ.)- ରାଜ୍ୟସଭାରେ ମଙ୍ଗଳବାର ‘ବନ୍ଦେ ମାତରମ୍’ର 150ତମ

ବାର୍ଷିକୀ ଉପଲକ୍ଷେ ଆଲୋଚନା ଆରମ୍ଭ ପୂର୍ବରୁ, ଅଧ୍ୟକ୍ଷ ସି. ପି. ରାଧାକୃଷ୍ଣନ ତାଙ୍କ ଆରମ୍ଭିକ ଉଦ୍ବୋଧନରେ ଏହାକୁ

ଦେଶର ଆତ୍ମା ଏବଂ ସ୍ୱାଧୀନତା ସଂଗ୍ରାମର ହୃହସ୍ପନ୍ଦନ ବୋଲି କହିଥଲେ । ସେ କହିଛନ୍ତି ଯେ ବନ୍ଦେ

ମାତରମ୍ କେବଳ ଗୀତ ନୁହେଁ, ଏହା ଭାରତ ମାତା

ପ୍ରତି ସମର୍ପଣ, ତ୍ୟାଗ ଓ ଅଦମ୍ୟ

ସାହସର ଶାଶ୍ୱତ ଭାବନା—ଯାହା ଦାସ୍ୟତାର କଠିନ ସମୟରେ କୋଟିକୋଟି ଭାରତୀୟଙ୍କ ହୃଦୟରେ

ସ୍ୱାଧୀନତାର ବହ୍ନିକୁ ଜୀବନ୍ତ ରଖିଥିଲା।

ଅଧ୍ୟକ୍ଷ କହିଛନ୍ତି ଯେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା

ରଚିତ ଏହି କାଳଜୟୀ ଗୀତ ଏମିତି ଏକ ସମୟରେ ଜନ୍ମ ନେଇଥିଲା ଯେତେବେଳେ ମାତୃଭୂମି ଉପନେବେଶବାଦର ଭାର

ବୋହି ଚାଲୁଥିଲା, କିନ୍ତୁ କ୍ରମେ

କ୍ରମେ ଏହା ସମ୍ପୂର୍ଣ୍ଣ ଦେଶର ସାମୁହିକ ହୃଦସ୍ପନ୍ଦନ ହୋଇଯାଇଥିଲା। ସେ କହିଛନ୍ତି ଯେ ଏହି ଗୀତ

ଧର୍ମ, ଭାଷା ଓ ଭୌଗଳିକ

ସୀମାକୁ ଅତିକ୍ରମ କରି ସମଗ୍ର ଦେଶକୁ ଏକ ସୂତ୍ରରେ ବାନ୍ଧି ରଖିଥିଲା।

ରାଧାକୃଷ୍ଣନ ସ୍ମରଣ କରାଇଛନ୍ତି ଯେ ସ୍ୱାଧୀନତା ସେନାନୀମାନଙ୍କ ପାଇଁ

ବନ୍ଦେ ମାତରମ୍ କେବଳ ପ୍ରେରଣା ନୁହେଁ ଥିଲା, ବରଂ ଅନେକ

ବୀରମାନଙ୍କର ଶେଷ ସ୍ବର—ଯେତେବେଳେ ସେମାନେ ହସିହସି ଫାଶୀର ଫନ୍ଦାରେ ଚଢି ଭାରତର ସ୍ୱାଧୀନତାର

ସ୍ୱପ୍ନକୁ ହୃଦୟରେ ଧାରଣ କରି ଏହି ଗୀତକୁ ଉଚ୍ଚାରଣ କରୁଥିଲେ। ସେ କହିଛନ୍ତି ଯେ ଏହି ଜଣା–ଅଜଣା

ସମସ୍ତ ବଳିଦାନୀ ମାନଙ୍କର ତପସ୍ୟା ଏହି ଗୀତର ପ୍ରତ୍ୟେକ ପଂକ୍ତିରେ ଆଜି ମଧ୍ୟ ଗୁଞ୍ଜରିତ ହୋଇ

ଉଠେ ଏବଂ ଆମକୁ ଏହା ସ୍ମରଣ କରାଏ ଯେ ସ୍ୱାଧୀନତା ଅଟଳ ସଂକଳ୍ପ ଏବଂ ମାତୃଭୂମି ପ୍ରତି ଅନନ୍ୟ

ପ୍ରେମର ଫଳସ୍ୱରୂପ ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande