ଭୋଟର ତାଲିକାରେ ନାମ ଯୋଡିବା ମାମଲାରେ ସୋନିଆ ଗାନ୍ଧୀ ଏବଂ ଦିଲ୍ଲୀ ପୋଲିସକୁ ନୋଟିସ୍‌
ନୂଆଦିଲ୍ଲୀ, ୯ ଡିସେମ୍ବର (ହି.ସ.)- ରାଉଜ୍ ଆଭେନ୍ୟୁ ସେସନ୍ସ କୋର୍ଟ ସୋନିଆ ଗାନ୍ଧୀ ଏବଂ ଦିଲ୍ଲୀ ପୋଲିସକୁ ନୋଟିସ୍ ଜାରି କରିଛନ୍ତି । ସ୍ୱତନ୍ତ୍ର ବିଚାରପତି ବିଶାଳ ଗୋଗନେ ଏହି ମାମଲାର ପରବର୍ତୀ ଶୁଣାଣି ଜାନୁଆରୀ ୬, ୨୦୨୬କୁ ଧାର୍ଯ୍ୟ କରିଛନ୍ତି । ୧୯୮୦ ମସିହାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ
କୋର୍ଟ


ନୂଆଦିଲ୍ଲୀ, ୯ ଡିସେମ୍ବର (ହି.ସ.)- ରାଉଜ୍ ଆଭେନ୍ୟୁ ସେସନ୍ସ କୋର୍ଟ ସୋନିଆ ଗାନ୍ଧୀ ଏବଂ ଦିଲ୍ଲୀ ପୋଲିସକୁ ନୋଟିସ୍ ଜାରି କରିଛନ୍ତି । ସ୍ୱତନ୍ତ୍ର ବିଚାରପତି ବିଶାଳ ଗୋଗନେ ଏହି ମାମଲାର ପରବର୍ତୀ ଶୁଣାଣି ଜାନୁଆରୀ ୬, ୨୦୨୬କୁ ଧାର୍ଯ୍ୟ କରିଛନ୍ତି । ୧୯୮୦ ମସିହାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିରୋଧରେ ଭୋଟର ତାଲିକାରେ ତାଙ୍କ ନାମ ଯୋଡିବା ଅଭିଯୋଗରେ ଏଫଆଇଆର ପଞ୍ଜିକରଣ ପାଇଁ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଦ୍ୱାରା ଖାରଜ କରାଯାଇଥିବା ଆବେଦନକୁ ଚ୍ୟାଲେଞ୍ଜ କରି ଏକ ଆବେଦନର ଶୁଣାଣି କରିବା ସମୟରେ ଏହି ନୋଟିସ୍ ଜାରି କରାଯାଇଛି ।

ଆଇନଜୀବୀ ବିକାଶ ତ୍ରିପାଠି ଏହି ଆବେଦନ ଦାଖଲ କରିଥିଲେ । ଏଥି ପୂର୍ବରୁ, ସେପ୍ଟେମ୍ବର ୧୧ ତାରିଖରେ ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ବୈଭବ ଚୌରାସିଆ ସମାନ ଆବେଦନକୁ ଖାରଜ କରିଥିଲେ । ଆବେଦନରେ କୁହାଯାଇଛି ଯେ, ସୋନିଆ ଗାନ୍ଧୀଙ୍କ ନାମ ୧୯୮୦ ମସିହାରେ ଭୋଟର ତାଲିକାରେ ଯୋଡା ଯାଇଥିଲା, ଯଦିଓ ସେ ସେତେବେଳେ ଭାରତୀୟ ନାଗରିକ ନଥିଲେ । ସେ ୧୯୮୩ ମସିହାରେ ଭାରତୀୟ ନାଗରିକ ହୋଇଥିଲେ । ଇତିମଧ୍ୟରେ ୧୯୮୨ ମସିହାରେ ଭୋଟର ତାଲିକାରୁ ସୋନିଆ ଗାନ୍ଧୀଙ୍କ ନାମ କଟାଯାଇଥିଲା ଏବଂ ୧୯୮୩ ମସିହାରେ ପୁନଃ ଯୋଡା ଯାଇଥିଲା । ସୋନିଆ ଗାନ୍ଧୀ ୧୯୮୩ ମସିହାରେ ଭାରତୀୟ ନାଗରିକ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande