ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରି
ଭୁବନେଶ୍ୱର, 9 ଡିସେମ୍ବର (ହି.ସ.)- ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ । ଗତ 5 ବର୍ଷରେ ସରକାରୀ ହସ୍ପିଟାଲରେ ଅଧିକ ନର୍ମାଲ ଡେଲିଭରି ହୋଇଥିବା ବେଳେ ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରି । ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଲିଖିତ ଉତ୍ତର
ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 9 ଡିସେମ୍ବର (ହି.ସ.)- ଘରୋଇ

ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ । ଗତ 5 ବର୍ଷରେ ସରକାରୀ ହସ୍ପିଟାଲରେ ଅଧିକ ନର୍ମାଲ

ଡେଲିଭରି ହୋଇଥିବା ବେଳେ ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରି । ବିଧାନସଭାରେ

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ସାମ୍ନାକୁ ଆସିଛି ଏହି ତଥ୍ୟ । ଗତ 5 ବର୍ଷରେ ରାଜ୍ୟରେ ମୋଟ 30 ଲକ୍ଷ 8 ହଜାର 383 ପ୍ରସବ ହୋଇଥିବା ବେଳେ ସରକାରୀ ହସ୍ପିଟାଲରେ ସର୍ବାଧିକ 23 ଲକ୍ଷ 69 ହଜାରରୁ ଉର୍ଦ୍ଧ୍ଵ ଡେଲିଭରି ହୋଇଛି । କିନ୍ତୁ ଚିନ୍ତାର ବିଷୟ ହେଲା ସରକାରୀ ହସ୍ପିଟାଲରେ

ଅଧିକ ନର୍ମାଲ ଡେଲିଭରି ହୋଇଥିବା ବେଳେ ପ୍ରାଇଭେଟ ହସ୍ପିଟାଲରେ ଅଧିକ ସିଜେରିଆନ ଡେଲିଭରି

ହୋଇଛି । ତଥ୍ୟ କହୁଛି ସରକାରୀ ହସ୍ପିଟାଲରେ 19 ଲକ୍ଷ 59 ହଜାର 918 ନର୍ମାଲ ଡେଲିଭରି ହୋଇଥିବା ବେଳେ 4 ଲକ୍ଷ 9 ହଜାର 718 ସିଜେରିଆନ ଡେଲିଭରି ହୋଇଛି । ଅନ୍ୟପଟେ ପ୍ରାଇଭେଟ ହସ୍ପିଟାଲରେ 1 ଲକ୍ଷ 48 ହଜାର 242 ନର୍ମାଲ ଡେଲିଭରି ହୋଇଥିବା 4 ଲକ୍ଷ 90 ହଜାର 505 ସିଜେରିଆନ ଡେଲିଭରି ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande