
ଭୁବନେଶ୍ୱର, 9 ଡିସେମ୍ବର (ହି.ସ.)- ଦେଢ଼
ବର୍ଷରେ ମୃତ୍ୟୁବରଣ କରିଛନ୍ତି 136 ଟି ହାତୀ । ଶିକାରୀ ଦ୍ବାରା 4 ଗୋଟି, ଲୋକଙ୍କ ପ୍ରତିଶୋଧ ପରାୟଣତା ପାଇଁ 4 ଗୋଟି, ବିଦ୍ୟୁତ ଆଘାତରେ 42 ଗୋଟି, ଟ୍ରେନ ଧକ୍କାରେ 4 ଗୋଟି, ରୋଗଦ୍ବାରା 31 ଗୋଟି, ଅନ୍ୟାନ୍ୟ ପ୍ରାକୃତିକ କାରଣ ଦ୍ବାରା 31 ଗୋଟି ହାତୀ ମୃତ୍ୟୁବରଣ କରିଥିବା ବେଳେ 20 ଗୋଟି ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ହାତୀ ମୃତ୍ୟୁରେ
ସଂଶ୍ଲିଷ୍ଟ 92 ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଅଛି । ଉପରୋକ୍ତ ସମସ୍ତ କେସ୍ର
ସ୍ଥିତିକୁ ନିୟମିତ ଭାବରେ ତଦାରଖ କରାଯାଉଅଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ
ପରିବେଶ ଓ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା