
ଭୁବନେଶ୍ୱର, 9 ଡିସେମ୍ବର (ହି.ସ.)- ଶୂନ୍ୟକାଳରେ
କୋଟିଆକୁ ନେଇ ଚିନ୍ତା ପ୍ରକଟ କଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ବାରମ୍ବାର
କୋଟିଆକୁ ଅନୁପ୍ରବେଶ କରୁଛି ଆନ୍ଧ୍ର । କିନ୍ତୁ ଆମ ସରକାର ନୀରବ । ଗତକାଲି କୋଟିଆରେ ପ୍ରବେଶ
କରି ନାମଫଳକ ମାନ ଭଙ୍ଗିଛନ୍ତି । ବିପଦରେ ରହିଛି ପଟାଙ୍ଗି । କାହିଁକି ଆମେ ଆନ୍ଧ୍ର ସହ ଆଲୋଚନା
କରି ସମାଧାନ କରୁ ନାହାନ୍ତି। କେନ୍ଦ୍ର ସରକାର ଆନ୍ଧ୍ର ସରକାରଙ୍କ ପ୍ରତି ଭଲ ଭାବ ଦେଖାଉଛନ୍ତି
କିନ୍ତୁ ରାଜ୍ୟ ସରକାର କାହିଁକି ସୀମା ବିବାଦ ସମାଧାନ କରୁ ନାହାନ୍ତି । କୋରାପୁଟକୁ ମନ୍ତ୍ରୀ
ମାନେ ଘନ ଘନ ଗ୍ରସ୍ତ କରୁଛନ୍ତି ଯେହେତୁ କଂଗ୍ରେସର ଅଧିକ ସଦସ୍ୟ ନିର୍ବାଚିତ ଅଛନ୍ତି । କିନ୍ତୁ
ଆମ ସୀମାକୁ କେହି ଯାଉନାହାନ୍ତି କି ସୀମା ବିବାଦର ଅନ୍ତ କରୁନାହାନ୍ତି । ଯାହା ପାଇଁ ଆନ୍ଧ୍ର
ଏଜେଣ୍ଟ ମାନେ ଆସି ଘରେ ଘରେ ଓଡ଼ିଶା ବିରୋଧରେ କୋଟିଆ ବାସୀଙ୍କ ମନରେ ବିଷ ବୁଣୁଛନ୍ତି ।
କିନ୍ତୁ ଆମ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ଚୁପ୍ ବସିଛନ୍ତି । ବାଚସ୍ପତି ମହୋଦୟ ଆପଣ ରୁଲିଂ
ଦିଅନ୍ତୁ ସରକାରଙ୍କୁ । ସ୍ପଷ୍ଟ କରନ୍ତୁ ପଟାଙ୍ଗିକୁ ରଖିବେ ନା ଆନ୍ଧ୍ରକୁ ଟେକି ଦେବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା