ଶୂନ୍ୟକାଳରେ ଉଠିଲା ସ୍ୱାମୀ ଲକ୍ଷ୍ମଣାନନ୍ଦ ସ୍ୱରସ୍ବତୀ ହତ୍ୟାକାଣ୍ଡ ପ୍ରସଙ୍ଗ
ଭୁବନେଶ୍ୱର, 9 ଡିସେମ୍ବର (ହି.ସ.)- ଶୂନ୍ୟକାଳରେ ଉଠିଲା ସ୍ୱାମୀ ଲକ୍ଷ୍ମଣାନନ୍ଦ ସ୍ୱରସ୍ବତୀ ହତ୍ୟାକାଣ୍ଡ ପ୍ରସଙ୍ଗ । କେସର ପୁନଃ ତଦନ୍ତ କଥା ଉଠାଇଲେ ବିଜେପି ବିଧାୟକ ପ୍ରକାଶ ସେଠୀ ।2008 ମସିହାରେ ଲକ୍ଷ୍ମଣାନନ୍ଦ ସ୍ୱରସ୍ବତୀଙ୍କ ହତ୍ୟା କରାଗଲା । ସେତେବେଳେ ତଦନ୍ତ
ବିଧାନସଭା


ଭୁବନେଶ୍ୱର, 9 ଡିସେମ୍ବର (ହି.ସ.)- ଶୂନ୍ୟକାଳରେ

ଉଠିଲା ସ୍ୱାମୀ ଲକ୍ଷ୍ମଣାନନ୍ଦ ସ୍ୱରସ୍ବତୀ ହତ୍ୟାକାଣ୍ଡ ପ୍ରସଙ୍ଗ । କେସର ପୁନଃ ତଦନ୍ତ କଥା

ଉଠାଇଲେ ବିଜେପି ବିଧାୟକ ପ୍ରକାଶ ସେଠୀ ।2008 ମସିହାରେ ଲକ୍ଷ୍ମଣାନନ୍ଦ ସ୍ୱରସ୍ବତୀଙ୍କ ହତ୍ୟା

କରାଗଲା । ସେତେବେଳେ ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ପୁନଃ ତଦନ୍ତ ପାଇଁ ସରକାର କିଛି

ବ୍ୟବସ୍ଥା କରୁଛନ୍ତି କି ? ସ୍ୱାମୀ ଲକ୍ଷ୍ମଣାନନ୍ଦ ସ୍ୱରସ୍ବତୀଙ୍କୁ ନ୍ୟାୟ

ମିଳିବାର ଆବଶ୍ୟକତା ରହିଛି । ଯିଏ ପ୍ରକୃତ ଦୋଷୀ ଅଛନ୍ତି ତାଙ୍କୁ ଦଣ୍ତ ଦିଆଯାଉ । ଏବେ ଏହି କେସର

ସ୍ଥିତି କଣ ଅଛି ତାକୁ ଗୃହରେ ରଖାଯାଉ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande