
ଭୁବନେଶ୍ୱର, 9 ଡିସେମ୍ବର (ହି.ସ.)- ବର୍ତ୍ତମାନ
ରାଜ୍ୟରେ ନୂତନ ପଞ୍ଚାୟତ ଓ ବ୍ଲକ ଗଠନ ପାଇଁ ପ୍ରଶାସନିକ ସ୍ତରରେ କୌଣସି ନିୟମାବଳୀ ପ୍ରସ୍ତୁତ
କରାଯାଇ ନାହିଁ । ଯେବେ ସରକାର ପଞ୍ଚାୟତ ଓ ବ୍ଲକ
ଗଠନ ପାଇଁ ବିଧିବଦ୍ଧ ନିଷ୍ପଭି ନେବେ, ସେହି ସମୟରେ ନୀତି ନିୟମ ସମ୍ପର୍କିତ
ନିର୍ଦ୍ଦେଶାବଳୀ ଅନୁଯାୟୀ ନୂତନ ପଞ୍ଚାୟତ ଓ ବ୍ଲକ ଗଠନ ନିମନ୍ତେ ଆସିଥିବା ପ୍ରତ୍ୟେକ
ପ୍ରସ୍ତାବକୁ ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କରି ନିଷ୍ପତ୍ତି ନିଆଯିବ । ଏନେଇ ବିଧାନସଭାରେ
ଲିଖିତ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା