ପେସା ଆଇନ କାର୍ଯ୍ୟକାରୀ ନେଇ ରାଜ୍ୟ ସରକାର ତର୍ଜମା କରୁଛନ୍ତି
ଭୁବନେଶ୍ୱର, ୯ ଡିସେମ୍ବର (ହି.ସ)- ଓଡିଶାରେ ପେସାଆଇନ କାର୍ଯ୍ୟକାରୀ କରିବା ପାଇଁ ସରକାର ନିଷ୍ପତ୍ତି ନେବାକୁ ଯାଉଛନ୍ତି । ବର୍ତ୍ତମାନ ପେସା ଆଇନ କାର୍ଯ୍ୟକାରୀ ନେଇ ରାଜ୍ୟ ସରକାର ତର୍ଜମା କରୁଛନ୍ତି । ପେସା ଆକ୍ଟ, 1996କୁ ଆଧାର କରି ରାଜ୍ୟ ସରକାରଙ୍କ ଦ୍ବାରା ଚିଠା ପେସା ନିୟ
ରବି ନାଏକ


ଭୁବନେଶ୍ୱର, ୯ ଡିସେମ୍ବର (ହି.ସ)- ଓଡିଶାରେ

ପେସାଆଇନ କାର୍ଯ୍ୟକାରୀ କରିବା ପାଇଁ ସରକାର ନିଷ୍ପତ୍ତି ନେବାକୁ ଯାଉଛନ୍ତି । ବର୍ତ୍ତମାନ ପେସା

ଆଇନ କାର୍ଯ୍ୟକାରୀ ନେଇ ରାଜ୍ୟ ସରକାର ତର୍ଜମା କରୁଛନ୍ତି । ପେସା ଆକ୍ଟ, 1996କୁ ଆଧାର କରି ରାଜ୍ୟ ସରକାରଙ୍କ ଦ୍ବାରା ଚିଠା ପେସା ନିୟମାବଳୀ ପ୍ରସ୍ତୁତ କରାଯାଇ

ପ୍ରାରମ୍ଭିକ ଘୋଷଣାପତ୍ରର ଚିଠାକୁ ଜନସାଧାରଣଙ୍କ ଆପରି ଓ ପ୍ରସ୍ତାବ ପାଇଁ ତା ୧୩.୧୧.୨୦୨୩ ରିଖ

ରେ ପ୍ରକାଶିତ କରାଯାଇଥିଲା ।

ଏହି ସମସ୍ତ

ଆପତ୍ତି ତ‌ଥା ପ୍ରସ୍ତାବକୁ ୦୭.୦୮.୨୦୨୪ ଠାରୁ ୧୭.୦୮.୨୦୨୪ ପର୍ଯ୍ୟନ୍ତ ଏସଆଇଆରଡି ଆଣ୍ଡ ପିଆରଠାରେ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ବାରା ସମ୍ପୃକ୍ତ ବ୍ୟକ୍ତିବିଶେଷ/ ସଂସ୍ଥା ମାନଙ୍କର

ଶୁଣାଣି କରାଯାଇଥିଲା ଏବଂ ସେମାନଙ୍କର ମୂଲ୍ୟବାନ ଆପରି ଓ ପ୍ରସ୍ତାବ ସଂଗ୍ରହ କରାଯାଇଥିଲା ।

ଏହାପରେ ୩୦.୦୮.୨୦୨୪ ରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ

ବିଭିନ୍ନ ଅଂଶୀଦାର ବିଭାଗ ସହିତ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ସମସ୍ତ ସମ୍ପୃକ୍ତ ବିଭାଗକୁ ସେମାନଙ୍କ ସମ୍ପୃକ୍ତ କ୍ଷେତ୍ରରେ ଚିଠା ପେସାନିୟମର ସମୀକ୍ଷା ଏବଂ ଗଠନମୂଳକ ମତାମତ ପ୍ରଦାନ କରିବାକୁ ଅନୁରୋଧ କରାଯାଇଥିଲା I

ସମସ୍ତ ଆପତ୍ତି

ଏବଂ ପରାମର୍ଶକୁ ବିଶ୍ଳେଷଣ କରି ସମ୍ପୃକ୍ତ ବିଭାଗର ଅଂଶୀଦାର ମାନଙ୍କର ସୁଚିନ୍ତିତ ପରାମର୍ଶ

ନିଆଯାଇ ଓ ତାକୁ ତର୍ଜମା କରି ପେସା ନିୟମାବଳୀକୁ ସମସ୍ତ ପେସା ଅଞ୍ଚଳରେ ସମ୍ପୂର୍ଣ୍ଣ ଲାଗୁ

କରିବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି

ନାରାୟଣ ନାୟକ ଲିଖିତ ଉତ୍ତର ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande