ଶହୀଦ ଏଏସପି ଆକାଶ ଗିରପୁଞ୍ଜେଙ୍କୁ ଦିଆଗଲା ଗାର୍ଡ ଅଫ ଅନର, କାନ୍ଦି କାନ୍ଦି ସାଲ୍ୟୁଟ କଲେ ପତ୍ନୀ
ରାୟପୁର 10 ଜୁନ (ହି.ସ)-ସୁକମା ନକ୍ସଲୀ ଆଇଇଡି ବିସ୍ଫୋରଣରେ ସହୀଦ ହୋଇଥିବା ଏଏସପୀ ଆକାଶ ରାଓ ଗିରପୁଞ୍ଜେଙ୍କୁ ରାୟପୁରର ମାନା ପୋଲିସ ବଟାଲିୟନରେ ସୋମବାର ସକାଳେ ଗାର୍ଡ ଅଫ ଅନର ଦିଆଯାଇଛି।ପରିବେଶ ସେହି ସମୟରେ ଅତ୍ୟନ୍ତ ଦୁଃଖ ହୋଇଥିବାବେଳେ ତାଙ୍କ ପତ୍ନୀ,ପୁତ୍ର ଏବଂ ମ
ଶହୀଦ ଏଏସପି ଆକାଶ ଗିରପୁଞ୍ଜେଙ୍କୁ ଦିଆଗଲା ଗାର୍ଡ ଅଫ ଅନର, କାନ୍ଦି କାନ୍ଦି ସାଲ୍ୟୁଟ କଲେ ପତ୍ନୀ


ରାୟପୁର 10 ଜୁନ (ହି.ସ)-ସୁକମା ନକ୍ସଲୀ

ଆଇଇଡି ବିସ୍ଫୋରଣରେ ସହୀଦ ହୋଇଥିବା ଏଏସପୀ ଆକାଶ ରାଓ ଗିରପୁଞ୍ଜେଙ୍କୁ ରାୟପୁରର ମାନା ପୋଲିସ

ବଟାଲିୟନରେ ସୋମବାର ସକାଳେ ଗାର୍ଡ ଅଫ ଅନର ଦିଆଯାଇଛି।ପରିବେଶ ସେହି ସମୟରେ ଅତ୍ୟନ୍ତ ଦୁଃଖ

ହୋଇଥିବାବେଳେ ତାଙ୍କ ପତ୍ନୀ,ପୁତ୍ର ଏବଂ ମା ତାଙ୍କୁ କାନ୍ଦି କାନ୍ଦି ସାଲ୍ୟୁଟ କରି ଶେଷ ବିଦାୟ

ଦେଇଥିଲେ,ସେଠାରେ ତାଙ୍କ ବାପା କାନ୍ଦୁଥିଲେ।ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବସାୟ,ବିଧାନସଭା ଅଧ୍ୟକ୍ଷ ଡା.ରମନ ସିଂହ ,ଉପ

ମୁଖ୍ୟମନ୍ତ୍ରୀ ଅରୁଣ ସାଓ ଏବଂ ବିଜୟ ଶର୍ମା ସମେତ ଛତିଶଗଢ ଶାସନର ଅଧିକାରୀ ଏବଂ ପୋଲିସ

ଅଧିକାରୀ ମଧ୍ୟ ସେମାନଙ୍କ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହା ପୁର୍ବରୁ ତାଙ୍କର

ଶେଷ ଯାତ୍ରା ଆଜି ସକାଳେ କୁଶାଳପୁର ସ୍ଥିତ ବାସଭବନରୁ ବାହାରିଥିଲା।ଲୋକମାନେ ଯେପର୍ଯ୍ୟନ୍ତ

ସୁର୍ଯ୍ୟ ଚନ୍ଦ୍ର ରହିବ ଆକାଶ ତୁମର ନାମ ରହିବ ସ୍ଲୋଗାନ ଦେଇ ତାଙ୍କୁ ବିଦାୟ ଦେଇଥିଲେ।ଶେଷ

ଯାତ୍ରାରେ ରାୟପୁର କଲେକ୍ଟରଙ୍କ ସହିତ ଛତିଶଗଢ ଶାସନରବରିଷ୍ଠ ଅଧିକାରୀ କର୍ମଚାରୀସାମିଲ

ହୋଇଥିଲେ।ମାନା ପୋଲିସ ବାଟାଲିୟନର ଶହୀଦ ଆକାଶ ଗିରିପୁଞ୍ଜେଙ୍କ ପାର୍ଥିବ ଶରୀରକୁ ଗାର୍ଡ ଅଫ

ଅନର ଦେବା ପରେ ମହାଦେବ ମୁକ୍ତିଧାମକୁ ନିଆଯାଇଥିଲା।ତାଙ୍କ ଶେଷ ଯାତ୍ରାରେ ମୁଖ୍ୟମନ୍ତ୍ରୀ,ବିଧାନସଭାର ବାଚସ୍ପତି ତଥା ଉଭୟ ଉପମୁଖ୍ୟମନ୍ତ୍ରୀ

ପାର୍ଥିବ ଶରୀରକୁ କାନ୍ଧ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande