କାଠମାଣ୍ଡୁ, 10 ଜୁନ
(ହି.ସ)-ନେପାଳର ବିମାନବନ୍ଦରରୁ ସନ୍ଦିଗ୍ଧ
ଭାରତୀୟଙ୍କୁ ବିଦେଶ ପଠାଇବା ମାମଲାରେ ଫସିଥିବା ଗୃହମନ୍ତ୍ରୀ ରମେଶ ଲେଖକ ପରେ ବର୍ତ୍ତମାନ ଗୃହ ସଚିବ ଗୋକର୍ଣ୍ଣ ମଣି
ଦୱାଡୀ ମଧ୍ୟ ତଦନ୍ତର ନଜରକୁ ଆସିଛନ୍ତି।ନେପାଳର ଏଣ୍ଟି କରପସନ ବ୍ୟୁରୋ ଗୃହ ସଚିବଙ୍କ ଉପରେ ନଜର ବୃଦ୍ଧି
କରିଛି।ଭାରତର ସୁରକ୍ଷା ଏଜେନ୍ସୀରୁ କିଛି ଆତଙ୍କବାଦୀ ଏବଂ ଖଲିସ୍ଥାନ ସମର୍ଥକଙ୍କ ତାଲିକା ପାଇବା
ପରେ ମଧ୍ୟ ସମସ୍ତଙ୍କୁ ନେପାଳ ଦେଇ ବିଦେଶ ଯିବାକୁ ଅନୁମତି ଦିଆଯାଇଥିଲା।ଏହି ମାମଲାରେ
ଏପର୍ଯ୍ୟନ୍ତ ଗୃହ ମନ୍ତ୍ରାଳୟଙ୍କ ଯୁଗ୍ମ ସଚିବ ଏବଂ ଏୟାରପୋର୍ଟ ଇମିଗ୍ରେସନ ବିଭାଗର ମୁଖ୍ୟ
ତୀର୍ଥରାଜ ଭଟ୍ଟରାଇଙକୁ ପଚରାଉଚରା କରାଯାଉଛି।ବର୍ତ୍ତମାନ ଏହି ମାମଲାର ତଦନ୍ତକୁ ଜୋରଦାର କରାଯାଇଛି
ଏବଂ ଗୃହସଚିବଙ୍କ ଭୁମିକାକୁ ତଦନ୍ତ କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା