ବଲାଙ୍ଗିର, ୧୦ ଜୁନ୍ (ହି.ସ.)- ପେଟ୍ରୋଲିଂ ବେଳେ ବଲାଙ୍ଗିର ବନ ବିଭାଗକୁ ମିଳିଛି ବଡ଼ ସଫଳତା । ବିଭାଗୀୟ ସୂଚନା ଅନୁସାରେ ଆଜି ଭୋର୍ ୫ଟା ସମୟରେ ବଲାଙ୍ଗିର ସହରର କଲେଜ ଛକ ନିକଟରେ ବଲାଙ୍ଗିର ରେଂଜ ଷ୍ଟାଫ୍ ପାଟ୍ରୋଲିଂ କରୁଥିବା ବେଳେ କେନ୍ଦୁ ଗଣ୍ଡି ବୋଝେଇ ଏକ ଟ୍ରକ୍ ନଂ. ଓଆର୍ ୧୫ଏନ୍ ୨୨୮୭କୁ ଜବତ କରାଯାଇଛି । ଏ ଦିଗରେ ଅଧିକ ତଦନ୍ତ କରାଯାଉଥିବା ବିଭାଗୀୟ ସୂଚନାରେ କୁହାଯାଇଛି । ଏହି ମାମଲାରେ ଜଣେ ଅଭିଯୁକ୍ତ ଅଜୟ ସିଂ ଗିରଫ ହୋଇଥିବା ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ