ଭୁବନେଶ୍ୱର ୧୦ଜୁନ (ହି.ସ)-ବିରୋଧୀ ଦଳ ନେତା
ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଶଙ୍ଖ ଭବନ ରେ ଦଳର ନେତା ମାନଙ୍କୁ ଉଦବୋଧନ
ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି ମାଲିକ । ଲୋକଙ୍କ ମ୍ୟାନଡେଟ ରେ ଆମେ ଆଜି ବିରୋଧୀ ଦଳରେ ବସିଛେ । ଏବଂ ବିଜେଡି ଏକ ରେସପନସିବୁଲ ଅପୋଜିସନ ଭାବରେ କାମ କରୁଛି ।
ଭାରତୀୟ ଜନତା ପାର୍ଟି ସରକାର ଓଡିଶାର ଶାସନ ଦାୟୀତ୍ୱ ନେବାର ଏକ ବର୍ଷ ହୋଇଗଲା । କୁହାଯାଉଛି ଲୋକଙ୍କ ସରକାର । କିନ୍ତୁ ଲୋକ କାହାନ୍ତି ? କେବଳ ଲମ୍ବା ଭାଷଣ, ବଡ ବଡ ଆର୍ଡଭାଟାଇଜମେଣ୍ଟରେ ବିକାଶ ଆସେ ନାହିଁ ।
ଆମ ସରକାର ସମୟରେ ଓଡିଶାର ୯୦ ପ୍ରତିଶତ ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଉପକାର ପାଉଥିଲେ । ଆଜି ଆୟୁଷ୍ମାନ ଭାରତ୍ ଆରମ୍ଭ ହୋଇଛି । ଲୋକମାନେ ଔଷଧ ପାଉ ନାହାନ୍ତି । ବିନା ଟଙ୍କାରେ ହସ୍ପିଟାଲରେ ଚିକିତ୍ସା ହୋଇ ପାରୁନି ।
ହଜାର ହଜାର ଲୋକ ହଇରାଣ । ମା’ ମାନେ ହଇରାଣ । ବୁଢା ବୁଢି ହଇରାଣ । କ୍ୟାନ୍ସର ରୋଗୀ ହଇରାଣ । ପିଲାମାନେ ହଇରାଣ । ହେଲ୍ଥ ସିଷ୍ଟମ ପୁରା କୋଲାପ୍ସ କରିଛି । ଆଉଟ ଅଫ ୩୦ ଡିଷ୍ଟ୍ରିକ୍ଟସ ସିଡିଏମଓ ପୋଷ୍ଟ ଇଜ ଭ୍ୟାକେଣ୍ଟ ଇନ ୧୯ ଡିଷ୍ଟ୍ରିକ୍ଟସ. ଦିସ ଇଜ ଦ ସକ୍ସେସ ଅଫ ଦ ପ୍ରେଜେଣ୍ଟ ଗଭର୍ଣ୍ଣମେଣ୍ଟ। ମିଶନ ଶକ୍ତି ଦ୍ୱାରା ସତୁରି ଲକ୍ଷ ମା’ ମାନେ ଏମପାୱାରହୋଇଥିଲେ । ଗୋଟିଏ ବର୍ଷ ଭିତରେ ମିଶନ ଶକ୍ତି ମୁମେଣ୍ଟ କୁ ଦୁର୍ବଳ କରିବା ହେଉଛି ଏ ସରକାରର ସଫଳତା । ବ୍ୟାଙ୍କରେ ମା’ ମାନେ ହଇରାଣ । ସରକାରୀ ଦପ୍ତରରେ ମା’ ମାନଙ୍କ କାମ ହେଉନାହିଁ । ଦୁବାଇ ଓ ସିଙ୍ଗାପୁର ଯାଇଥିବା ମା’ ମାନେ ଆଜି ଘରେ ବସି ହତାଶ । ମା’ ମାନଙ୍କ ସେଲ୍ଫ କନ୍ଫିଡେନ୍ସ ଭାଙ୍ଗି ଯାଇଛି । ଏହା ହେଉଛି ଏ ସରକାରର ବଡ ସଫଳତା । ଆଜି ଏ ସରକାର ଅଛି । କାଲି ଆଉ କିଏ ଆସିବ । ଆମ ସରକାର ସମୟରେ ମିଶନ ଶକ୍ତି ମୁମେଣ୍ଟ ସାରା ଭାରତରେ ରାଜ୍ୟ ପାଇଁ ସୁନାମ ଆଣି ଥିଲା । ତେଣୁ ମା’ ମାନଙ୍କ ଏମପାୱାରମେଣ୍ଟରେ ବାଧା ସୃଷ୍ଟି କରିବା ଏ ସରକାରର ସବୁଠାରୁ ବଡ ଭୁଲ୍ । ମା’ ମାନେ ଏହାକୁ କେବେ କ୍ଷମା ଦେବେ ନାହିଁ ।
ଇଲେକ୍ସନ ସମୟରେ କୁହା ଗଲା କଟନି ଛଟନି ବନ୍ଦ ହେବ । ସବୁ ଚାଷୀ ଏମଏସପି ପାଇବେ । ଆମ ଭିତରେ ବହୁ ଚାଷୀ ଭାଇ ଭଉଣୀ ଅଛନ୍ତି । ଆପଣ କୁହନ୍ତୁ କଟନୀ ଛଟନୀ ବନ୍ଦ ହୋଇଛି କି ? ମିଲରଙ୍କ ଦୟାରେ ଏବେ ଚାଷୀ । ସରକାରଙ୍କୁ ଭୟ ନାହିଁ । ଚାଷୀ ମାନେ କାହାକୁ ଗୁହାରୀ କରିବେ ? ଚାଷୀ ଏଗ୍ରିକଲଚର ଲୋନ ପାଇବାରେ ହଇରାଣ । ବିଜେଡି ସମୟରେ ରେକର୍ଡ ପରିମାଣରେଇରିଗେସନ ହୋଇଥିଲା । ଚାଲିଥିବା କାମକୁ ଏମାନେ ବନ୍ଦ କରିଦେଲେ । ଲୋକଙ୍କ ସରକାର । କିନ୍ତୁ ଲୋକ ନାରଖାର । ଲୋକ ଚେତିଲେଣି । ସରକାର ବୁଝନ୍ତୁ ।
2000 ରେ ବିଜେଡି ସରକାର ଦାୟୀତ୍ୱ ନେବା ସମୟରେ ଓଡିଶାର ଲୋନ ବର୍ଡନ ଥିଲା 18 ହଜାର କୋଟି । ଓଭର ଡ୍ରାଫ୍ଟ ରେ ସରକାର ଚାଲିଥିଲା । 2024 ରେ ଆମେ ଦାୟୀତ୍ୱ ଛାଡିବା ବେଳେ ଗଭର୍ନମେଣ୍ଟ ଟ୍ରେଜିରେ ସରପ୍ଲସ ଥିଲା 45 ହଜାରେ କୋଟି । କିନ୍ତୁ ଏବେ ରେକର୍ଡ ପରିମାଣର ଲୋନରେ ସରକାର ଚାଲିଛି ।
2005-06 ରେ ଓଡିଶାର ଗରିବୀ 63.83 % ଥିବା ବେଳେ 2023 ରେ ଏହା 11.07 % କୁ ଆସିଥିଲା । 102.78 ଲକ୍ଷ ଲୋକ ପଭର୍ଟି ଲାଇନ ଉପରକୁ ଉଠିଥିଲେ । ଆଏମଆର ,ଏମଏମଆର ଆଦି ସବୁ ଡେଭେଲପମେଣ୍ଟ ଇଣ୍ଡିକେଟରରେ ଭିଜିବୁଲ ଇମପ୍ରୁଭମେଣ୍ଟ ଆସିଥିଲା ।
ବିଜେଡି ବିରୋଧୀ ଦଳ ଭାବରେ ଲୋକଙ୍କ ସାଥିରେ ରହିଛି । ଲୋକଙ୍କ କଲ୍ୟାଣ ଓ ଓଡିଶାର ଉନ୍ନତି ପାଇଁ ସବୁବେଳେ ଆଗକୁ ଆସିବାର ଅଛି । ।
ମୁଁ ଆଶା କରିବି ଏଠି ଥିବା ନେତା ମାନେ ଓ ଗାଁରେ ଥିବା କର୍ମୀ ମାନେ ଲୋକଙ୍କ ସେବା ଜାରୀ ରଖିବେ ।
ବନ୍ଦେ ଉତ୍କଳ ଜନନୀ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା