ନୁଆଦିଲ୍ଲୀ, 10 ଜୁନ
(ହି.ସ)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ଗତ 11 ବର୍ଷରେ ଭାରତ ପ୍ରତିରକ୍ଷା
କ୍ଷେତ୍ରରେ ଅଦ୍ଭୁତପୁର୍ବ ପ୍ରଗତି ଦେଖାଯାଇଛି।ପ୍ରଗତିର ଏହି ଯାତ୍ରାରେ ଆଧୁନିକତା ଏବଂ
ଆତ୍ମନିର୍ଭରତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।ପ୍ରଧାନମନ୍ତ୍ରୀ ଏହି ଭାରତୀୟମାନଙ୍କ ସାମୁହିକ
ଇଚ୍ଛା ଏବଂ ଦୃଢସଂକଳ୍ପର ପରିଣାମବର୍ଣ୍ଣନା କରି
କହିଥିଲେ ଯେ ଏହି ସଂକଳ୍ପ ଭାରତକୁ ପ୍ରଯୁକ୍ତିବିଦ୍ୟା ଉତ୍କୃଷ୍ଟତା ଆଡକୁ ନେଇଯାଉଛି।ମୋଦୀ
ମାୟଗୋୱଇଣ୍ଡିଆ ଉପରେ ଏକ ପୋଷ୍ଟରେ ଉତ୍ତର ଦେଇ କହିଛନ୍ତି ଯେ ଗତ 11 ବର୍ଷ ରେ ଆମର ପ୍ରତିରକ୍ଷା
କ୍ଷେତ୍ରରେ ଗୁରୁତ୍ୱପୁର୍ଣ୍ଣ ପରିବର୍ତ୍ତନ ଆସିଛି।ଏହା ଦେଖି ଖୁସି ଲାଗୁଛି ଯେ ଲୋକମାନେ ଏକାଠି
ହୋଇ ଭାରତକୁ ଶକ୍ତିଶାଳୀ କରିବା ଦିଗରେ କାମ କରୁଛନ୍ତି।ସେ 11ଇୟରଅଫରକ୍ଷାଶକ୍ତି ହ୍ୟାସଟ୍ୟାଗ ମଧ୍ୟ ବ୍ୟବହାର କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା