ପ୍ରଧାନମନ୍ତ୍ରୀଙ୍କୁ ଖଡଗେଙ୍କ ଚିଠି, ଲୋକସଭା ଉପାଧ୍ୟକ୍ଷ ଚୟନ ପାଇଁ ଦାବି
ନୂଆଦିଲ୍ଲୀ, 10 ଜୁନ୍ (ହି.ସ.)- କଂଗ୍ରେସ୍ ଅଧ୍ୟକ୍ଷ ଏବଂ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି, ଶୀଘ୍ର ଲୋକସଭା ଉପାଧ୍ୟକ୍ଷଙ୍କ ନିଯୁକ୍ତି କରିବା ପାଇଁ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି ଯେ, ଏ
ପ୍ରଧାନମନ୍ତ୍ରୀଙ୍କୁ     ଖଡଗେଙ୍କ ଚିଠି, ଲୋକସଭା ଉପାଧ୍ୟକ୍ଷ ଚୟନ ପାଇଁ ଦାବି


ନୂଆଦିଲ୍ଲୀ, 10 ଜୁନ୍ (ହି.ସ.)- କଂଗ୍ରେସ୍

ଅଧ୍ୟକ୍ଷ ଏବଂ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦୀଙ୍କୁ ଚିଠି ଲେଖି, ଶୀଘ୍ର ଲୋକସଭା

ଉପାଧ୍ୟକ୍ଷଙ୍କ ନିଯୁକ୍ତି କରିବା ପାଇଁ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି ଯେ,

ଏହି ପଦ ଦୁଇ ଲୋକସଭା କାର୍ଯ୍ୟକାଳରୁ ଖାଲି ରହିଛି,

ଯାହା ସଂସଦୀୟ ପରମ୍ପରା ଓ ଗଣତନ୍ତ୍ରିକ ବ୍ୟବସ୍ଥା

ବିରୋଧୀ।

ଖଡଗେ ପତ୍ରରେ ଉଲ୍ଲେଖ

କରିଛନ୍ତି ଯେ, 17ତମ ଓ ଏବେ 18ତମ ଲୋକସଭାରେ ଉପାଧ୍ୟକ୍ଷର ପଦ ଭରିଯାଇନି, ଏହାପୂର୍ବରୁ ସମସ୍ତ

ଲୋକସଭାରେ ଏହି ପଦ ସବୁବେଳେ ରହିଥିଲା । ସେ କହିଛନ୍ତି ଯେ, ଉପାଧ୍ୟକ୍ଷ ପଦ ପରମ୍ପରାଗତ ଭାବେ

ସବୁଠୁ ବଡ ବିରୋଧୀ ଦଳଙ୍କୁ ଦିଆଯାଇଥାଏ ।

ଖଡ଼ଗେ କହିଛନ୍ତି,

“ପ୍ରଥମରୁ ଷୋଳତମ ଲୋକସଭା ପର୍ଯ୍ୟନ୍ତ,

ପ୍ରତ୍ୟେକ ସଭାରେ ଜଣୋ ଉପାଧ୍ୟକ୍ଷ ରହୁଥିଲେ।

ମୋଟାମୋଟି ଭାବେ, ମୁଖ୍ୟ ବିପକ୍ଷ ଦଳର

ସଦସ୍ୟମାନଙ୍କ ମଧ୍ୟରୁ ଉପାଧ୍ୟକ୍ଷ ନିଯୁକ୍ତ କରିବା ଗୋଟିଏ ପ୍ରତିଷ୍ଠିତ ପରମ୍ପରା ରହିଛି। ତେବେ,

ସ୍ୱାଧୀନ ଭାରତର ଇତିହାସରେ ପ୍ରଥମଥର ପାଇଁ ଏହି ପଦ

ଦୁଇ ଲୋକସଭା କାର୍ଯ୍ୟାଳୟ ଅବଧି ପାଇଁ ଖାଲି ରହିଛି। 17ତମ ଲୋକସଭା ସମୟରେ କୌଣସି ଉପାଧ୍ୟକ୍ଷ

ଚୟନ ହୋଇନଥିଲେ ଏବଂ ଏହି ଚିନ୍ତାଜନକ ପ୍ରଥା ବର୍ତ୍ତମାନ 18ତମ ଲୋକସଭାରେ ମଧ୍ୟ ଜାରି ରହିଛି।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande