ଭୁବନେଶ୍ୱର, 10 ଜୁନ୍ (ହି.ସ.)- ରାଇଘର ବ୍ଲକ ସରଗୁଲିରେ ଦୃତ ଗତିରେ ଚାଲିଛି ଟୁରିଜିମ୍
କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ। ସେଠାକୁ ଯାଇ କାର୍ଯ୍ୟର ସମୀକ୍ଷା କରିବା ସହିତ କାର୍ଯ୍ୟ
ପ୍ରକ୍ରିୟାର ତଦାରଖ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି ଅବସରରେ ମନ୍ତ୍ରୀ
କହିଛନ୍ତି ଯେ, ଏହି ଟୁରିଜିମ୍ କମ୍ପ୍ଲେକ୍ସ ନିର୍ମାଣ ହେବା ଦ୍ବାରା ଏଠିକାର ଲୋକ ମାନେ ବୋଟିଂ,
କଟେଜ, ପିକନିକ ଆଦିର ମଜା ନେବେ। ମନୋରଞ୍ଜନର ପ୍ରକୃଷ୍ଠ ମାଧ୍ୟମ ହେବା ଦ୍ବାରା ଅଞ୍ଚଳର ପରିଚୟ
ମଧ୍ୟ ବୃଦ୍ଧି ହେବ ଏବଂ ସ୍ଥାନୀୟ ଲୋକ ରୋଜଗାର ପାଇ ପାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା