ଆତଙ୍କବାଦୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ, ସେମାନେ କେଉଁଠାରେ ବି ଥାଆନ୍ତୁ- ଜୟଶଙ୍କର
ନୂଆଦିଲ୍ଲୀ, 10 ଜୁନ୍ (ହି.ସ.)- ବୈଦେଶିକ ମନ୍ତ୍ରୀ ଡ. ଏସ୍. ଜୟଶଙ୍କର ଆତଙ୍କବାଦ ପ୍ରତି ଦୃଷ୍ଟିକୋଣକୁ ସ୍ପଷ୍ଟ କରି କହିଛନ୍ତି ଯେ, ଭାରତ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବ, ସେମାନେ ଯେଉଁଠାରେ ବି ଥାଆନ୍ତୁ । ଏକ ଫ୍ରାନ୍ସିସୀ ସମ୍ବାଦପତ୍ରକୁ ଦି
ଆତଙ୍କବାଦୀଙ୍କ ବିରୁଦ୍ଧରେ     ନିଆଯିବ କାର୍ଯ୍ୟାନୁଷ୍ଠାନ, ସେମାନେ କେଉଁଠାରେ ବି ଥାଆନ୍ତୁ- ଜୟଶଙ୍କର


ନୂଆଦିଲ୍ଲୀ, 10 ଜୁନ୍ (ହି.ସ.)- ବୈଦେଶିକ

ମନ୍ତ୍ରୀ ଡ. ଏସ୍. ଜୟଶଙ୍କର ଆତଙ୍କବାଦ ପ୍ରତି ଦୃଷ୍ଟିକୋଣକୁ ସ୍ପଷ୍ଟ କରି କହିଛନ୍ତି ଯେ,

ଭାରତ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ନେବ, ସେମାନେ ଯେଉଁଠାରେ ବି

ଥାଆନ୍ତୁ । ଏକ ଫ୍ରାନ୍ସିସୀ ସମ୍ବାଦପତ୍ରକୁ ଦିଆଯାଇଥିବା ସାକ୍ଷାତକାରରେ ସେ କହିଛନ୍ତି,

“ସେମାନେ ଯେଉଁଠି ଥାଆନ୍ତୁ ଆମର ଚିନ୍ତା ନାହିଁ । ଯଦି

ସେମାନେ ପାକିସ୍ତାନ ମଧ୍ୟରେ ଅଛନ୍ତି, ତେବେ ଆମେ ସେଠାକୁ ମଧ୍ୟ ଯିବୁ।”

ଫ୍ରାନ୍ସର ସମ୍ବାଦପତ୍ର ‘ଲେ ଫିଗାରୋ’ କୁ ଦିଆଯାଇଥିବା ସାକ୍ଷାତକାରରେ ଜୟଶଙ୍କର କହିଛନ୍ତି ଯେ,

ଭାରତର ସେନା ଅଭିଯାନର ପ୍ରଭାବଶୀଳତା,

ବିଶେଷକରି ଅପରେସନ୍ ସିନ୍ଦୂରର ସଫଳତା,

ପାକିସ୍ତାନୀ ବିମାନବନ୍ଦରଗୁଡ଼ିକର କ୍ଷତି ଦ୍ୱାରା

ପ୍ରମାଣିତ ହୁଏ। ଭାରତୀୟ ବିମାନଗୁଡ଼ିକୁ ହୋଇଥିବା କ୍ଷତି ସହିତ ସଂପୃକ୍ତ ପ୍ରଶ୍ନର ଉତ୍ତରରେ ସେ

କହିଛନ୍ତି ଯେ, ସଫଳତାର ସତ୍ୟ

ପ୍ରମାଣ ହେଉଛି ଶତ୍ରୁର କ୍ଷମତାର ବିନାଶ। ସେ ଏହା ମଧ୍ୟ କହିଛନ୍ତି ଯେ,

ଆତଙ୍କବାଦକୁ କେବଳ ଭାରତ-ପାକିସ୍ତାନ ମଧ୍ୟରେ ଥିବା

ଦ୍ୱିପକ୍ଷୀୟ ସଂଘର୍ଷ ଭାବରେ ନ ଦେଖିବା ଉଚିତ୍, ବରଂ ଏହାକୁ ଏକ ବିଶ୍ୱବ୍ୟାପୀ ସମସ୍ୟା ଭାବରେ ଗ୍ରହଣ କରାଯିବା ଉଚିତ।

ବୈଦେଶିକ ମନ୍ତ୍ରୀ ଏସ୍

ଜୟଶଙ୍କର ପାକିସ୍ତାନ ସହ ଚୀନର ଗଭୀର ସମ୍ପର୍କ ସନ୍ଦର୍ଭରେ କହିଛନ୍ତି ଯେ,

ଚୀନ ଆତଙ୍କବାଦ ମୁକାବିଲାରେ ଅସ୍ପଷ୍ଟତ ଓ ଦୋହରା ମାପଦଣ୍ଡ

ନେଇ ଚାଲିପାରିବ ନାହିଁ। ଆତଙ୍କବାଦ ଏକ ଏମିତି ସମସ୍ୟା ଯାହା ସମସ୍ତ ଦେଶକୁ ପ୍ରଭାବିତ କରେ।

ଚୀନ ଓ ପାକିସ୍ତାନଙ୍କ ଦୀର୍ଘକାଳୀନ ଗଭୀର ସମ୍ପର୍କ ରହିଛି, କିନ୍ତୁ ଆତଙ୍କବାଦ ଭଳି ମାମଲାରେ ସନ୍ଦେହ ଓ ଦୁଇମୁଖୀ ମାନଦଣ୍ଡ ଚାଲିପାରିବ ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande