ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ଆକ୍ରମଣ, ଥାନାରେ ଏତଲା
ମାଲକାନଗିରି, ୧୭ ଜୁନ୍ (ହି.ସ.) - ଗତ ୧୫ତାରିଖ ଦିନ ଏକ ନାବାଳିକା ଶିଶୁ କନ୍ୟା ଗୁରୁତର ହୋଇ ମେଡିକାଲ ରେ ଚିକିତ୍ସିତ ହେବା ସମୟରେ ମୃତ୍ୟୁ ଘଟଣାକୁ ନେଇ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥୁଲା ଓ ତେବେ ଏହି ସମୟରେ ନାବାଳିକା ର ପରିବାର ଲୋକେ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ ଆଣିବା ଦୀର୍ଘ ସମୟ
ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ଆକ୍ରମଣ, ଥାନାରେ ଏତଲା


ମାଲକାନଗିରି, ୧୭ ଜୁନ୍ (ହି.ସ.) - ଗତ ୧୫ତାରିଖ ଦିନ ଏକ ନାବାଳିକା ଶିଶୁ କନ୍ୟା ଗୁରୁତର ହୋଇ ମେଡିକାଲ ରେ ଚିକିତ୍ସିତ ହେବା ସମୟରେ ମୃତ୍ୟୁ ଘଟଣାକୁ ନେଇ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥୁଲା ଓ ତେବେ ଏହି ସମୟରେ ନାବାଳିକା ର ପରିବାର ଲୋକେ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ ଆଣିବା ଦୀର୍ଘ ସମୟ ଧରି ମେଡ଼ିକାଲ ରେ ଉତେଜନା ପ୍ରକାଶ ପାଇବା ପରେ ବରିଷ୍ଠ ଡାକ୍ତର ସପନ ଦିଣ୍ଡାଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିଲେ ଓ ତେବେ ଏହି ଘଟଣା କୁ ନେଇ ମୃତ ଶିଶୁ କନ୍ୟାର ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଆଜି ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଓ କର୍ମଚାରୀ ମାନେ ଡ୍ୟୁଟି ସମୟରେ ଆକ୍ରମଣ କୁ ବିରୋଧ କରିବା ସହ ଜୀବନ ପ୍ରତି ବିପଦ ଥିବାରୁ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଓ ଏନେଇ ନିଜେ ଡଃ ସପନ କୁମାର ଦିଣ୍ଡା ଥାନାରେ ଅଭିଯୋଗ କରିଥିବା ବେଳେ ମେଡ଼ିକାଲ ର ବହୁ ଡାକ୍ତର ଓ ସହଯୋଗୀ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ ଏହିଭଳି ଘଟଣା ଘଟିଲେ ରୋଗୀ ଚିକିତ୍ସା ବ୍ୟାହତ ହେବ ବୋଲି ଡାକ୍ତର ମାନେ ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande