କାଂକେର, 20 ଜୁନ୍ (ହି.ସ.)
- ଛତିଶଗଡ଼ର କାଙ୍କେର ଜିଲ୍ଲାର ଛୋଟେବେଠିଆ ଥାନା ଅନ୍ତର୍ଗତ କୋଟରୀ ନଦୀ ପାର
ଅମାଟୋଲା ଓ କଲପର ମଧ୍ୟ ସ୍ଥିତ ଜଙ୍ଗଲ ପାହାଡ଼ିଆ ଅଞ୍ଚଳରେ ହୋଇଥିବା ଗୁଳି ବିନିମୟରେ ଜଣେ
ମହିଳା ନକ୍ସାଲ ନିହତ ହୋଇଛି। ତାର ମୃତଦେହ ଉଦ୍ଧାର କରାଯାଇଛି।
ବସ୍ତର ଆଇଜି ସୁନ୍ଦରରାଜ ପି. ଏହି ଗୁଳି ବିନିମୟ ଘଟଣାର ସୂଚନା ଦେଇଛନ୍ତି । ସେ କହିଛନ୍ତି
ଯେ ଛୋଟେବେଠିଆ ଥାନା ଅନ୍ତର୍ଗତ ଅମାଟୋଲା ଓ କଲପର ମଧ୍ୟରେ ଥିବା ଜଙ୍ଗଲ ଓ ପାହାଡ଼ ଅଞ୍ଚଳରେ ରହି
ରହି ଗୁଳିକାଣ୍ଡ ଚାଲିଛି। ଜଣେ ମହିଳା ନକ୍ସଲ ନିହତ ହୋଇଛି।
ଜଣାପଡ଼ିଛି ଯେ, ଏହି ଅଞ୍ଚଳରେ ନକ୍ସଲମାନେ ଥିବା ସୂଚନା ମିଳିବା ପରେ ଡିଆରଜି ଓ
ବିଏସଏଫର ସଂଯୁକ୍ତ ପୋଲିସ ଦଳ ତଦନ୍ତ ଅଭିଯାନ ପାଇଁ ବାହାରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା