ତେଲଅଭିବ, 27 ଜୁନ୍ (ହି.ସ.)
- ଇସ୍ରାଏଲ୍
ଗତଦିନି ଦକ୍ଷିଣ ଲେବାନନ୍ର ହୂଲା ଗାଁରେ ଏକ ବିଲ୍ଡିଂକୁ ଲକ୍ଷ୍ୟ କରି ଆକ୍ରମଣ କରିଛି ଏବଂ
ଦାବି କରିଛି ଯେ ଏହି ବିଲ୍ଡିଂଟି ହିଜ୍ବୁଲ୍ଲା ଦ୍ୱାରା ସାମରିକ କାର୍ଯ୍ୟକଳାପ ପାଇଁ ବ୍ୟବହୃତ
ହେଉଥିଲା। ଇସ୍ରାଇଲୀ ସେନା ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ଏମିତି ଗୁପ୍ତଚର ସୂଚନାର ଆଧାରରେ ହେଉଛି
ଯାହା ହିଜ୍ବୁଲ୍ଲାଙ୍କ କାର୍ଯ୍ୟକଳାପରେ ବୃଦ୍ଧି ହେଉଥିବା ଇଙ୍ଗିତ ଦେଉଛି। ଇସ୍ରାଏଲ୍ ଏହା ମଧ୍ୟ
କହିଛି ଯେ,
ହିଜ୍ବୁଲ୍ଲା ଗତବର୍ଷ ନଭେମ୍ବର ମାସରେ ହୋଇଥିବା ସଂଘର୍ଷବିରତି
ଚୁକ୍ତିକୁ ଉଲ୍ଲଂଘନ କରି ଦକ୍ଷିଣ ଲେବାନନ୍ରେ ପୁଣିଥରେ ସେମାନଙ୍କ ସାମରିକ ଶକ୍ତିକୁ ମଜବୁତ
କରିବାର ଚେଷ୍ଟା କରୁଛି। ସେନାର ଜଣେ ମୁଖପାତ୍ର ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ଏହି ଆକ୍ରମଣ 'ହିଜ୍ବୁଲ୍ଲାଙ୍କ ଆକ୍ରମଣାତ୍ମକ ଯୋଜନାକୁ ବିଫଳ କରିବା' ଦିଗରେ ଏକ ନିର୍ଣାୟକ ପଦକ୍ଷେପ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା