୨୦୨୫-୨୬ ଖରିଫ୍ ଋତୁରେ ଚାଷ ହୋଇଥିବା ଧାନ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜିକରଣ କାର୍ଯ୍ୟକ୍ରମ ଆରମ୍ଭ
ସମ୍ବଲପୁର, ୧୯ ଜୁଲାଇ (ହି.ସ.) - ଚଳିତ ବର୍ଷ ଖରିଫ୍ ୠତୁରେ ଚାଷ ହୋଇଥିବା ଚାଷୀଙ୍କ ଧାନ ସଂଗ୍ରହ ନିମନ୍ତେ ତା ୧୯.୦୭.୨୫ ରିଖ ଠାରୁ ଚାଷୀ ପଞ୍ଜିକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଚଳିତ ବର୍ଷ ଚାଷୀ ପଞ୍ଜିକରଣ କାର୍ଯ୍ୟକ୍ରମରେ କିଛି ପରିବର୍ତନ କରଯାଇଛି। ଏଥିପାଇଁ ଚାଷୀମାନଙ୍କୁ ସଂପୃକ୍ତ ସୋସାଇଟିର
୨୦୨୫-୨୬ ଖରିଫ୍ ଋତୁରେ ଚାଷ ହୋଇଥିବା ଧାନ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜିକରଣ କାର୍ଯ୍ୟକ୍ରମ ଆରମ୍ଭ


ସମ୍ବଲପୁର, ୧୯ ଜୁଲାଇ (ହି.ସ.) - ଚଳିତ ବର୍ଷ ଖରିଫ୍ ୠତୁରେ ଚାଷ ହୋଇଥିବା ଚାଷୀଙ୍କ ଧାନ ସଂଗ୍ରହ ନିମନ୍ତେ ତା ୧୯.୦୭.୨୫ ରିଖ ଠାରୁ ଚାଷୀ ପଞ୍ଜିକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଚଳିତ ବର୍ଷ ଚାଷୀ ପଞ୍ଜିକରଣ କାର୍ଯ୍ୟକ୍ରମରେ କିଛି ପରିବର୍ତନ କରଯାଇଛି। ଏଥିପାଇଁ ଚାଷୀମାନଙ୍କୁ ସଂପୃକ୍ତ ସୋସାଇଟିରେ ଫର୍ମ ଯୋଗାଇ ଦିଆଯିବ। ଚଳିତ ବର୍ଷ ଚାଷୀଙ୍କ ପଞ୍ଜିକରଣ ତଥ୍ୟ ନବୀକରଣ କରାଯିବ ନାହିଁ, ବରଂ ସମ୍ପୂର୍ଣ୍ଣ ଭାବେ ନୂଆ କରାଯିବ। ଏଥିପାଇଁ ଚାଷୀମାନେ ନିଜ ନିଜର ସମ୍ପୃକ୍ତ ସୋସାଇଟିରେ ନିର୍ଦ୍ଧାରିତ ଫର୍ମରେ ଚାଷଜମି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା ସହ ମୋବାଇଲ୍ ନମ୍ବର, ଆଧାର କାର୍ଡ ଓ ବ୍ୟାଙ୍କ୍ ସମ୍ପର୍କିତ ତଥ୍ୟ ପ୍ରଦାନ କରିବେ। ଏହା ବ୍ୟତୀତ ଭାଗଚାଷୀ ମାନେ ଜମି ମାଲିକଙ୍କ ସମ୍ମତି ପତ୍ର ଦାଖଲ କରିବେ। ସେହିପରି ଗୋଟିଏ ଜମିର ଏକାଧିକ ମାଲିକ ଥିଲେ ସମସ୍ତ ମାଲିକଙ୍କ ସମ୍ମତି ପତ୍ର ଦାଖଲ କରିବା ଆବଶ୍ୟକ ରହିଛି । ସୋସାଇଟିରେ ଫର୍ମର ଡିଜିଟାଇଜେସନ୍ ପୂର୍ବରୁ ଚାଷୀଙ୍କର ଇ- କେୱାସି କରାଯିବ। ଏଥିପାଇଁ ଚାଷୀଙ୍କର ଆଇଆରଆଇଏସ ବା ଆଖି ଡୋଳା ସ୍କାନ କରାଯିବ ଏବଂ ଏହା ଆଧାର ତଥ୍ୟ ସହ ମେଳ ହେବାପରେ ସମ୍ପୃକ୍ତ ଚାଷୀଙ୍କର ମୋବାଇଲକୁ ଏକ ଓଟିପି ଯିବ।ଏହି ଓଟିପି ଦାଖଲ କରି ଅନ୍ ଲାଇନରେ ଫର୍ମର ତଥ୍ୟ ଅନୁସାରେ ପଞ୍ଜିକରଣ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ଚାଷୀମାନେ ଜୁଲାଇ ୧୯ ତାରିଖରୁ ଅଗଷ୍ଟ ୨୦ ତାରିଖ ମଧ୍ୟରେ ସୋସାଇଟିରେ ଉପସ୍ଥିତ ରହି ନିଜକୁ ପଞ୍ଜିକୃତ କରିପାରିବେ। ଏହି କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ସମ୍ବଲପୁର ଜିଲ୍ଲାରେ ୪୫ଟି ସୋସାଇଟି ଓ ୧୧ ଟି ସ୍ୱୟଂ ସହାୟକ ଗୋଷ୍ଠୀ ନିୟୋଜିତ ହୋଇଅଛନ୍ତି।ନିୟୋଜିତ ସୋସାଇଟି ଓ ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦକ ଓ ଡାଟା ଏଂଟ୍ରି ଅପରେଟରମାନଙ୍କୁ ଏହି ପଞ୍ଜିକରଣ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ ପାଇଁ ଆଜି ତା.୧୯.୦୭.୨୫ ରିଖ ଦିନ ବରେଇପାଲି ସ୍ଥିତ ନିୟନ୍ତ୍ରିତ ବଜାର କମିଟିର ସଭାଗୃହରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ଯୋଗାଣ ବିଭାଗ ଓ ସମବାୟ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଥିଲା। ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା ଓ ଉପ-ନିବନ୍ଧକ, ସମବାୟ ସମିତି ସମୂହ ଶ୍ରୀ ମଧୁସୂଦନ ମେହେର ସଭାରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଗୁରୁତ୍ୱ ଆଲୋକପାତ କରିଥିଲେ ଏବଂ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିବାକୁ ସୋସାଇଟିର ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସମବାୟ ବିଭାଗର ଉମେଶ ଚନ୍ଦ୍ର ନାୟକ ଓ ସୁଶୀଲ ମିଶ୍ର,ସହ ସହକାରୀ ନିବନ୍ଧକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ସରୋଜ କୁମାର ମେହେର ମଧ୍ୟ ସଭାରେ ଉପସ୍ଥିତ ରହି ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande